କର୍ଣ୍ଣାଟକରେ ଧାନ ବିଲ ଜଗୁଛନ୍ତି ମୋଦି ଓ ଶାହା, କଥା କ’ଣ ଜାଣନ୍ତୁ

ବାଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଦେଇଛନ୍ତି । ଏହା ଦ୍ୱାରା କୃଷକମାନେ ଉପକୃତ ହେବା ଆଶା କରାଯାଉଛି । କିନ୍ତୁ କର୍ଣ୍ଣାଟକର ଚାଷୀମାନଙ୍କୁ ଏକ ନିଆରା ଉପାୟରେ ସାହାଯ୍ୟ କରୁଛନ୍ତି ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା । ଉଭୟ ନେତା ରାତି ଦିନ ବିଲରେ ରହି ଚାଷୀମାନଙ୍କ ଫସଲକୁ ଜଗୁଛନ୍ତି । ତେବେ ଏହା କିପରି ସମ୍ଭବ ? ପ୍ରକୃତ କଥା ହେଉଛି ନିକଟରେ କର୍ଣ୍ଣାଟକରେ ନିକଟରେ ନିର୍ବାଚନ ଶେଷ ହୋଇଛି । ରାଜ୍ୟର ଚିକମଗଲୁରୁ ଅଞ୍ଚଳରେ ବିଜେପି ୫ଟି ଯାକ ବିଧାନସଭା ଆସନ ଜିତିଛି । ଏ ଅଂଚଳ ବିଜେପିର ଗଡ଼ ହୋଇଥିବାରୁ ଏଠାରେ ମୋଦି ଓ ଅମିତ ଶାହାଙ୍କର ଅନେକ ସଭା ହୋଇଥିଲା । ଏସବୁ ସଭାରେ ମୋଦି ଓ ଶାହାଙ୍କର ଅନେକ କଟ୍‌ ଆଉଟ ଲାଗିଥିଲା । ନିର୍ବାଚନ ପରେ କୃଷକମାନେ ଏସବୁ କଟଆଉଟକୁ ନେଇ ନିଜ ନିଜ ଜମିରେ ଲଗାଇଛନ୍ତି । ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଜମିରେ ବିହନ ବୁଣାଚାଲିଛି । ମାତ୍ର ବିହନକୁ ପକ୍ଷୀମାନେ ଖାଇ ନଷ୍ଟ କରିଦେଉଛନ୍ତି । କିନ୍ତୁ କଟଆଉଟ ଗୁଡିକ ଲଗାଇବା ପରେ ପକ୍ଷୀମାନେ ଫସଲ ବିହନକୁ ନଷ୍ଟ କରିପାରୁନାହାନ୍ତି ବୋଲି ଚାଷୀମାନେ କହିଛନ୍ତି । ଏ ଅଂଚଳରେ ଅନେକ ବିଲରେ ଏପରି କଟଆଉଟ ଲାଗିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର