ସାହସ ଥିଲେ କଶ୍ମୀରରେ ପୁଣି ଧାରା ୩୭୦ ଲାଗୁ କରି ଦେଖାଅ : ବିରୋଧୀ ଦଳଙ୍କୁ ମୋଦୀଙ୍କ ଚ୍ୟାଲେଞ୍ଜ

ମୁମ୍ବାଇ : ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଓ ଧାରା ୩୫-କ ପ୍ରତ୍ୟାହାରର ବିରୋଧ କରୁଥିବା ରାଜନୈତିକ ଦଳମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଜମ୍ମୁ ଓ କଶ୍ମୀର କେବଳ ଏକ ଭୂଖଣ୍ଡ ମାତ୍ର ନୁହେଁ, ଏହା ଭାରତର ମୁକୁଟ । ଯେଉଁମାନେ ସରକାରଙ୍କ ନିଷ୍ପତ୍ତିର ବିରୋଧ କରୁଛନ୍ତି ସେମାନେ ପୁଣି ଥରେ ଏହାକୁ ଲାଗୁ କରିକି ଦେଖାନ୍ତୁ ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଁଓ ଠାରେ ବିଜେପି ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ କେତେକ ରାଜନୈତିକ ଦଳଙ୍କ ଦ୍ୱାରା ଧାରା ୩୭୦ ପ୍ରତ୍ୟାହାରକୁ ବିରୋଧ କରାଯିବା ଦୁର୍ଭାଗ୍ୟଜନକ । ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାକୁ ପୁଣି ଲାଗୁ କରାଯିବ ବୋଲିନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବାକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୪ ମାସରେ ଜମ୍ମୁ ଓ କଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରିବ ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ ।

ସମ୍ବନ୍ଧିତ ଖବର