କଶ୍ମୀରରେ ମୋଦି: ବୈଷ୍ଣୋଦେବୀ ପାଇଁ ବିକଳ୍ପ ରାସ୍ତା ଖୋଲିଲା

ଶ୍ରୀନଗର: ପ୍ରସିଦ୍ଧ ବୈଷ୍ଣୋଦେବୀ ପୀଠ ପାଇଁ ତାରାକୋଟା ମାର୍ଗ ଓ ପରିବହନ ପାଇଁ ନବ ନିର୍ମିତ ‘ରୋପ େଓ୍ଵ’କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌୍‌ଘାଟନ କରିଛନ୍ତି। ବଙ୍ଗାଙ୍ଗ- ଅର୍ଦ୍ଧକୁଆରୀ ମଧ୍ୟରେ ନିର୍ମିତ ଏହି ୭ କିମି ଦୂରତା ବିଶିଷ୍ଟ ତାରାକୋଟାମାର୍ଗ ବୈଷ୍ଣୋଦେବୀଙ୍କ ପୀଠକୁ ଯାଉଥିବା ପଦଯାତ୍ରୀଙ୍କ ପାଇଁ ବେଶ୍‌ ସୁବିଧାଜନକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହି ରାସ୍ତରେ ଦୁଇଟି ରେସ୍ତୋରାଁ, ୭ଟି ଶୌଚାଳୟ, ବୃଦ୍ଧ ତଥା ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ମଧ୍ୟ ରହିଛି। ଏହି ରାସ୍ତାରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରିମାନଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ନିଯୁକ୍ତି କରାଯିବ। ରାସ୍ତାରେ ୧୬ଟି ମାଗଣା ‘ଓ୍ଵାଟର ଏଟିଏମ୍‌’ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିନିଷପତ୍ର ନେବା ଆଣିବା ପାଇଁ ନିର୍ମିତ ରୋପେଓ୍ଵ ଭଳି ଯାତ୍ରୀଙ୍କୁ ନେବା ପାଇଁ ମଧ୍ୟ ବୈଷ୍ଣୋଦେବୀ ପୀଠ ବୋର୍ଡ ପକ୍ଷରୁ ଅନ୍ୟ ଏକ ରୋପ େଓ୍ଵ ମଧ୍ୟ ନିର୍ମାଣ କରାଯାଉଛି। ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ରୋପ େଓ୍ଵ ଘଣ୍ଟାକୁ ୮ଶହ ଭକ୍ତଙ୍କୁ ମନ୍ଦିର ପର୍ଯ୍ୟନ୍ତ ନେଇଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର