ରମଜାନ ଶୁଭେଚ୍ଛାକୁ ନେଇ ଟ୍ଵିଟରରେ ମୋଦିଙ୍କୁ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ଗତ ସପ୍ତାହରେ ପବିତ୍ର ରମଜାନ ମାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ଜଣାଇଥିବା ଉର୍ଦ୍ଦୁ ଭାଷାର ଶୁଭେଚ୍ଛାକୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟ୍ଵିଟ ପରେ କିଛି ଲୋକ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ପ୍ରଲୋଭିତ କରି ମୋଦି ଭୋଟ ହାତେଇବା ପାଇଁ ଏଭଳି ଉର୍ଦ୍ଦୁ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ମୋଦି ମୁସଲିମଙ୍କ କଥା ଭୁଲି ଯାଆନ୍ତୁ, ହିନ୍ଦୁମାନେ ବି ତାଙ୍କୁ ଆଉ ଭୋଟ ଦେବେନି ବୋଲି କିଛି ଲୋକ କହିଛନ୍ତି। ପ୍ରଧାନମନ୍ତ୍ରୀ ରାମ ନବମୀ ବେଳକୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ କେବେ ସଂସ୍କୃତ ଭାଷାରେ ତ ଶୁଭେଚ୍ଛା ଜଣାଇ ନାହାନ୍ତି,ତେବେ ରମଜାନ ବେଳେ ଉର୍ଦ୍ଦୁ ଭାଷାରେ କାହିଁକି ବୋଲି କିଛି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର