୩୬୦୦ କିଲୋମିଟର ଦୂରରୁ ବୁଦ୍ଧଙ୍କ ପ୍ରତିମା ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ: ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗିନ ବାଟଲୁଗା ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସିଛନ୍ତି | ସେ ଭାରତ ସରକାରଙ୍କ ସହ ଦ୍ବିପକ୍ଷୀୟ ଆଲୋଚନା କରିବେ | ତେବେ ଭାରତ ଗସ୍ତରେ ଆସି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଛନ୍ତି | ଏହି ଅବସରରେ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ମଙ୍ଗୋଲିଆର ଗଣ୍ଡନରେ ଥିବା ଭଗବାନ ବୁଦ୍ଧଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି |

ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗିନ ବାଟଲୁଗା ପ୍ରଥମେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରିବା ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

ଏହି ଅଵସରରେ ସେ କହିଥିଲେ ଯେ ଭାରତ ସହ ଆମର ବହୁ ପୁରାତନ ସମୟରୁ ଉଭୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ରହିଆସିଛି | ତେବେ ମଙ୍ଗୋଲିଆ ରାଷ୍ଟ୍ରପତି ଭାରତ ସହ ଶକ୍ତି, ପ୍ରତିରକ୍ଷା, ସଂସ୍କୃତି ବାବଦରେ ସହଯୋଗ ନେଇ ଆଲୋଚନା କରିବେ | ତେବେ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମଙ୍ଗୋଲିଆ ରାଷ୍ଟ୍ରପତି ଭାରତ-ମଙ୍ଗୋଲିଆ ବ୍ୟବସାୟିକ ସମ୍ମିଳନୀରେ ମଧ୍ୟ ଭାଗ ନେବେ |

ସମ୍ବନ୍ଧିତ ଖବର