ଆତଙ୍କବାଦ ବିରୋଧରେ ମନମୋହନ ସିଂହଙ୍କ ତୁଳନାରେ ନରେନ୍ଦ୍ର ମୋଦି ଅଧିକ ଦୃଢ଼ ଓ ଶକ୍ତିଶଳୀ: କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ

0

ନୂଆଦିଲ୍ଲୀ: ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଉପା ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅପେକ୍ଷା ଏନ୍‌ଡିଏ ନରେନ୍ଦ୍ର ମୋଦି ଅଧିକ ଦୃଢ଼ ଓ ଶକ୍ତିଶଳୀ ବୋଲି କହିଛନ୍ତି ଦିଲ୍ଲୀ ପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍‌।

ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ କହିଛନ୍ତି ଯେ ଉପା ସରକାର ଅମଳରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଅକ୍ରମଣ ଦେଖିଲେ ଏହା ପ୍ରମାଣିତ ଯେ ଆତଙ୍କବାଦ ଓ ଆତଙ୍କବାଦୀ ବିରୋଧରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦୃଢ଼ ଓ ଶକ୍ତିଶାଳୀ ନୁହନ୍ତି।

କାରଣ, ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ହାମ୍‌ଲାରେ ଏକାଧିକ ବିଦେଶୀ ନାଗରିକଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନୀ ଘଟିଥିଲେ ମଧ୍ୟ ଏ ଘଟଣା ବିରୋଧରେ କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ସମୟର ଉପା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସାହସ ଜୁଟାଇ ପାରି ନଥିଲେ। ସୀମାପାର ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରି ଥିଲେ ସେ ସମୟର ଉପା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବୋଲି ନିଜ ସାକ୍ଷାତକାରରେ କହିଛନ୍ତି କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.