ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟୁ ଇଣ୍ଡିଆର ‘ସାନ୍ତା’ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ଏକ ଟୁଇଟରରେ ଲେଖିଛନ୍ତି, ନ୍ୟୁ ଇଣ୍ଡିଆର ସାନ୍ତା। ଏହା ତାଙ୍କ ପାଇଁ ଭଲ ଖବର ନେଇ ଆସୁଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବଡ଼ଦିନ ସପ୍ତାହ ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଏକ ଟୁଇଟରରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ନ୍ୟୁ ଇଣ୍ଡିଆର ସାନ୍ତା। ପରେ କିଛି ସାଂସଦ ଖ୍ରୀଷ୍ଟମାସ ଖୁସି ଛାଡି ଦେଇ ଅନନ୍ତ କୁମାରଙ୍କ ଟୁଇଟରେ ଭିଡ଼ ପଡ଼ିଥିଲେ। ଥଟ୍ଟା-ମଜାରେ କେହି କେହି କହୁଥିଲେ ସାନ୍ତାକୁ ଡାକ, ସଂସଦରେ ‘ଜିଙ୍ଗଲ ବେଲ୍‌’ ବଜାଇବେ।

 

ଲୋକଙ୍କର ପ୍ରତିକ୍ରିୟା ଯାହା ହେଉ ନା କାହିଁକି, ଦେଶବାସୀଙ୍କୁ ଏବର୍ଷ ବଡ଼ଦିନ ଓ ନୂଆଁବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉପହାର ଆଶା କରାଯାଉଛି। କିନ୍ତୁ ସରକାରଙ୍କ କିଛି ନେତା କାର୍ଯ୍ୟକର୍ତ୍ତା ହିନ୍ଦୁତ୍ୱକୁ ବଢ଼ାଇବା ପାଇଁ ଖ୍ରୀଷ୍ଟଧର୍ମାବଳମ୍ବୀଙ୍କ ବଡ଼ଦିନ ପର୍ବକୁ ବିରୋଧ କରାଯାଉଛି ବୋଲି ଅଭିଯୋଗ ଆଣନ୍ତି। ଏଭଳି ସ୍ଥିତିରେ ପିଏମ୍‌ଙ୍କ ‘ସାନ୍ତା’ ଟିପ୍ପଣୀ ହଜମ ହେଉ ନାହିଁ।

ସମ୍ବନ୍ଧିତ ଖବର