‘ସୌଭାଗ୍ୟ’ ଯୋଜନା ଶୁଭାରମ୍ଭ କଲେ ମୋଦି: ୨୦୧୯ ମାର୍ଚ ୩୧ସୁଦ୍ଧା ପ୍ରତି ଗରିବ ପରିବାରକୁ ବିଜୁଳି

ନୂଆଦିଲ୍ଲୀ: ଗରିବମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ସୌଭାଗ୍ୟ’ ଯୋଜନା ଲଞ୍ଚ କରିଛନ୍ତି। ଦେଶର ପ୍ରତି ଘରକୁ ବିଜୁଳି ପହଂଚାଇବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଏହି ଯୋଜନା। ୨୦୧୯ ମାର୍ଚ ମାସ ୩୧ ତାରିଖ ସୁଦ୍ଧା ଦେଶର ପ୍ରତି ଗରିବ ପରିବାରରେ ବିଜୁଳି ପହଂଚାଇବା ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ସକାଶେ କେନ୍ଦ୍ର ସରକାର ୧୨ ହଜାର ୩୨୦ କୋଟି ବ୍ୟୟ ଆକଳନ କରିଛନ୍ତି।

ଏହା ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ବ୍ୟବସ୍ଥାକୁ ବିକଶିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ସୌଭାଗ୍ୟ ଯୋଜନାର ମୋଟ୍‌ ଅଟଳଳର ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବାକୁ ଥିବା ବେଳେ ରାଜ୍ୟ ସରକାରଗୁଡ଼ିକ ବହନ କରିବେ ୧୦ ପ୍ରତିଶତ। ଅବଶିଷ୍ଟ ଖର୍ଚ୍ଚ ଋଣ ଆକାରରେ ଆସିବ। ଏହି କ୍ରମରେ ପ୍ରତି ଘରେ ୫ଟି ଏଲିଡି ବଲ୍‌ବ, ଗୋଟିଏ ବ୍ୟାଟେରି ଏବଂ ଗୋଟିଏ ଫ୍ୟାନ୍‌ ଯୋଗାଇ ଦିଆଯିବ। ଏହାଛଡ଼ା ୫ବର୍ଷ ଯାଏ ଏସବୁର ମରାମତି ଖର୍ଚ୍ଚ ବହନ କରିବେ ସରକାର। ଏହି ଯୋଜନା ସଫଳ ହେଲେ କିରୋସିନ ବ୍ୟବହାର କମ୍‌ ହୋଇଯିବ ବୋଲି ସରକାର ଆଶା ରଖିଛନ୍ତିି।

ସମ୍ବନ୍ଧିତ ଖବର