ବାକ୍‌ ଯୁଦ୍ଧ ପରେ ହାତ ମିଳାଇଲେ ମୋଦି-ମନମୋହନ

ଗୁଜରାଟ ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଥିବା ବେଳେ ଆଜି ଦୁଇ ନେତା ଅତ୍ୟନ୍ତ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ପରସ୍ପରକୁ ସ୍ୱାଗତ କରିଥିଲେ। ଆଜି ସଂସଦ ଭବନ ଆକ୍ରମଣର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ଦୁଇ ନେତା ପରସ୍ପରକୁ ଅଭିବାଦନ ଜଣାଇ ହାତ ମିଳାଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବେଶ୍‌ ଖୁସି ଜଣାପଡ଼ୁଥିଲେ। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ରାହୁଲ ତାଙ୍କର ଘୋର ବିରୋଧୀ ନେତାଙ୍କ ସହିତ ଖୁସି ମନରେ କଥାବାର୍ତ୍ତା କରିଥିଲେ। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହିତ ସେ ମତ ବିନିମୟ କରିଥିଲେ।

ସମ୍ବନ୍ଧିତ ଖବର