ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କୁ ତାଙ୍କ ଚେନ୍ନାଇ ଗୋପାଳପୁରମ୍ସ୍ଥିତ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି। ଅସୁସ୍ଥ କରୁଣାନିଧି ଏବଂ ତାଙ୍କ ପତ୍ନୀ ଦୟାଲୁ ଆମ୍ମାଲ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କୁ ନୂଆଦିଲ୍ଲୀ ବାସଭବନ ଆସି କିଛି ଦିନ ରହିବାକୁ ମୋଦି ନିମନ୍ତ୍ରଣ କରିଛନ୍ତି। ମୋଦି ପ୍ରଥମ ଥର ପାଇଁ କରୁଣାନିଧିଙ୍କୁ ଏପରି ବାସଭବନକୁ ଯାଇ ୧୫ ମିନିଟ୍ର ସାକ୍ଷାତ କରିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ୯୩ ବର୍ଷୀୟ କରୁଣାନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହି ସାକ୍ଷାତ କେବଳ ସୌଜନ୍ୟମୂଳକ ଏବଂ ଏଥିରେ କୌଣସି ରାଜନୀତି ନାହିଁ ବୋଲି ତାମିଲନାଡୁରେ କଂଗ୍ରେସର ସହଯୋଗୀ ଦଳ ଥିବା ଡିଏମ୍କେ ପକ୍ଷରୁ ସ୍ପଷ୍ଟ କରାଯାଇଛି।