ଆମେରିକାରେ କଶ୍ମୀରୀ ପଣ୍ଡିତ ଓ ଶିଖ୍‌ ସମୁଦାୟକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ହଷ୍ଟନ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭାରତୀୟମାନେ ହଷ୍ଟନରେ ଜୋର୍‌ଦାର ସ୍ବାଗତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଶ୍ମୀରୀ ପଣ୍ଡିତ ଏବଂ ଶିଖ୍‌ ସଂପ୍ରଦାୟର ପ୍ରତିନିଧି ଦଳଙ୍କୁ ଭେଟିଥିଲେ ଏବଂ ନୂଆ କଶ୍ମୀର ନିର୍ମାଣରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଥିବାରୁ କଶ୍ମୀରୀ ପଣ୍ଡିତମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ କଶ୍ମୀରୀ ପଣ୍ଡିତମାନେ ମିଳିତ ଭାବେ ‘ନମସ୍ତେ ଶାରଦେ ଦେବୀ’ ଶ୍ଳୋକ ଆବୃତ୍ତି କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ସେମାନଙ୍କ ସହିତ ଶ୍ଲୋକ୍‌ ଉଚ୍ଚାରଣ କରିଥିଲେ।

ସମ୍ବନ୍ଧିତ ଖବର