ପାକ୍‌ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଲେ ମୋଦି

କିଙ୍ଗଦାଓ: ଚୀନ୍‌ର କିଙ୍ଗ୍‌ଦାଓ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ରାଷ୍ଟ୍ରପତି ମମ୍‌୍‌ନୁନ ହୁସେନଙ୍କ ସହିତ ହାତ ମିଳାଇଛନ୍ତି।   ଉଭୟ ନେତାଙ୍କ ମଧ୍ୟରେ ସଂକ୍ଷିପ୍ତ କଥାବାର୍ତ୍ତା ହୋଇଥିବା ମଧ୍ୟ ଜଣାପଡ଼ିଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ନେଇ  ସଂପର୍କ ତିକ୍ତ ରହିଥିବା ବେଳେ ଉଭୟ ନେତା ପରସ୍ପରକୁ ସାକ୍ଷାତ କରିଥିବାରୁ ଆଗକୁ ମଧ୍ୟ କଥାବାର୍ତ୍ତାର ସମ୍ଭାବନା ଦେଖାଦେଇଛି। ତେବେ ମୋଦି ଆଜି ଏସିଆର ଅନ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିବା ବେଳେ ପାକିସ୍ତାନକୁ ଏଥିରୁ ବାଦ ଦେଇଛନ୍ତି। ସାଂଘାଇ ସହଯୋଗ ସଂଗଠନର ମିଳିତ ଚୁକ୍ତିନାମାରେ ଦସ୍ତଖତ ପରେ  ମୋଦି-ହୁସେନ ହାତ ମିଳାଇଥିଲେ। ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ  ପାକିସ୍ତାନର ସାମରିକ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇଥିବାରୁ ଏହାକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ସଂପର୍କ ଅଧିକ ଖରାପ ହୋଇଛି ।

ସମ୍ବନ୍ଧିତ ଖବର