ମୋଦୀଙ୍କ ଝିଆରୀଙ୍କ ପର୍ସ ଲୁଟ୍‌ ଘଟଣାରେ ଜଣେ ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀଙ୍କ ପର୍ସ ଓ ମୋବାଇଲ୍‌ ଲୁଟ୍‌ ଘଟଣାରେ ଆଜି ପୁଲିସ ଜଣକୁ ଗିରଫ କରିଛି। ଗିରଫ ଯୁବକର ନାମ ଗୌରବ ଓରଫ ନୋନୁ। ପୁଲିସ ତାକୁ ସୋନିପାଟ୍‌ ନିକଟରୁ ଗିରଫ କରିଛି। ଏହି ଘଟଣାର ଅନ୍ୟ ଅଭିଯୁକ୍ତ ବାଦଲକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଉତ୍ତର ଦିଲ୍ଲୀ ଡିସିପି ମୋନିକା ଭରଦ୍ବାଜ କହିଛନ୍ତି। ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ୍‌ ଗତକାଲି ଦିଲ୍ଲୀ-ଗୁଜୁରାଟୀ ସମାଜର ଗେଷ୍ଟ୍‌ହାଉସ୍‌ ନିକଟରେ ଅଟୋ ରିକ୍‌ସାରୁ ଓହ୍ଲାଉଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ପର୍ସ ଛଡ଼ାଇ ନେଇଥିଲେ ଯେଉଁଥିରେ ୫୬ ହଜାର ଟଙ୍କା ଏବଂ ୨ଟି ମୋବାଇଲ ଫୋନ୍‌ ଥିଲା। ଚୋରି ଟଙ୍କା ସମେତ ମୋବାଇଲ୍‌ ଫୋନ୍‌ ପୁଲିସ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର