ହାଲ୍‌ର ଉନ୍ନତି ଚାହୁନାହାନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)ରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ହଜାର କୋଟି ଟଙ୍କା ଫ୍ରାନ୍ସର ରାଫେଲ ନିର୍ମାତାଙ୍କୁ ପ୍ରଦାନ କରିଥିବା ବେଳେ ହାଲ୍‌କୁ ଆର୍ଥିକ ସଙ୍କଟରୁ ବାହାର କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ହାଲ୍‌କୁ ତା’ର ଉଚିତ ପ୍ରାପ୍ୟ ଦେବାପାଇଁ ସରକାର ଚାହୁନଥିବାରୁ ଏହା ୧ ହଜାର କୋଟି ଟଙ୍କା ଦରମା ଦେବାକୁ ଋଣ କରିଥିବା ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର