ମୋଦୀ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ: ସର୍ଭେ

ନୂଆଦିଲ୍ଲୀ: କେନ୍ଦ୍ରରେ ଦ୍ଵିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି | ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ କରୁଥିବାର ଏକ ସର୍ଭେରୁ ଜଣାପଡିଛି | ତେବେ ମୋଦୀଙ୍କ ଲୋକପ୍ରିୟତା ଦେଶର ବହୁ ନେତାଙ୍କଠାରୁ ଆଗରେ ଥିବାର ଜଣାପଡିଛି | ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ମୋଦୀ ଲୋକପ୍ରିୟ ନେତା ହୋଇଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି |

ମୋଦୀ ୩୭ ପ୍ରତିଶତ ଭୋଟ ପାଇଥିବାବେଳେ ଇନ୍ଦିରା ଗାନ୍ଧୀ ୧୪ ପ୍ରତିଶତ ଭୋଟ ପାଇଛନ୍ତି | ଏହି ସର୍ଭେରେ ୧୨୧୨୬ ଜଣ ଲୋକଙ୍କୁ ସାମିଲ କରାଯାଇଥିବାବେଳେ ଏଥିରୁ ୬୭ ପ୍ରତିଶତ ଗ୍ରାମୀଣ ଲୋକ ହୋଇଥିବାବେଳେ ୩୩ ପ୍ରତିଶତ ସହରାଂଚଳର ହୋଇଥିବାର କୁହାଯାଇଛି | ଏହି ସର୍ଭେରେ ୧୯ଟି ରାଜ୍ୟର ୯୭ ସଂସଦୀୟ କ୍ଷେତ୍ର ଓ ୧୯୪ଟି ବିଧାନସଭା କ୍ଷେତ୍ରକୁ ସାମିଲ କରାଯାଇଥିଲା |

ଉତ୍ତରପ୍ରଦେଶ,ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ ଓ ଓଡିଶା ଭଳି ଅନ୍ୟ କିଛି ରାଜ୍ୟରେ ସର୍ଭେ କରାଯାଇଥିଲା | ତେବେ ବଡ କଥା ଯେ ଜମ୍ମୁକାଶ୍ମୀରରେ ଅନୁଛେଦ ୩୭୦ରେ ପରିବର୍ତ୍ତନ ପୂର୍ବରୁ ଏହି ସର୍ଭେ କରାଯାଇଥିଲା | ନିମ୍ନରେ ନଜର ପକାନ୍ତୁ ଅନ୍ୟ ପ୍ରଧାନମନ୍ତ୍ରୀଙ୍କୁ କେତେ ଭୋଟ ମିଳିଛି |

ସମ୍ବନ୍ଧିତ ଖବର