କଂଗ୍ରେସର ଅଭିଯୋଗ : ମୋଦି ନିଜର ପୁଞ୍ଜିପତି ବନ୍ଧୁଙ୍କ କମ୍ପାନିକୁ ଉଠାଇବା ପାଇଁ ବିଏସଏନଏଲକୁ ବୁଡାଇଦେଲେ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ ର ପ୍ରାୟ ୫୪ ହଜାର କର୍ମଚାରୀ ଛଟେଇ ହେବା ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ମୋଦି ନିଜର ପୁଞ୍ଜିପତି ବନ୍ଧୁମାନଙ୍କ ସ୍ୱାର୍ଥରକ୍ଷା ପାଇଁ ରାଷ୍ଟ୍ରାୟତ କମ୍ପାନି ବିଏସଏନଏଲକୁ ଋଗ୍‌ଣ କରିଦେଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ଵାଲା କହିଛନ୍ତି ଯେ ବିଏସଏନଏଲ, ଏମଟିଏନଏଲ କାହାର ସଂପତ୍ତି ? ଦେଶର ୧୩୦ କୋଟି ଜନତାଙ୍କର ।

ଏହି ଦୁଇ ସରକାରୀ ମାଲିକାନାରେ ଥିବା କମ୍ପାନିକୁ ବୁଡେଇଦିଆଯାଉଛି, ଏମାନଙ୍କ ଉପରେ ରହିଛି ହଜାର ହଜାର କୋଟି ଟଙ୍କାର ଋଣବୋଝ । ଅନ୍ୟପକ୍ଷରେ ମୋଦି ନିଜର ପୁଞ୍ଜିପତି ବନ୍ଧୁମାନଙ୍କ କମ୍ପାନିକୁ ପ୍ରମୋଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଗତକାଲି ଏକ ଇଂରାଜୀ ଖବରକାଗଜରେ ଖବର ପ୍ରକାଶ ପାଇଥିଲା ଯେ ବିଏସଏନଏଲର ସ୍ଥିତି ଏବେ ଭଲ ନାହିଁ । କମ୍ପାନିର କ୍ଷତି ବଢିଚାଲିଥିବାବେଳେ କର୍ମଚାରୀମାନଙ୍କ ଦରମା ବିଳମ୍ବିତ ହୋଇଛି । ଏଥିପାଇଁ ନିଜର ପ୍ରାୟ ୫୪ ହଜାର କର୍ମଚାରୀଙ୍କୁ ଛେଟେଇ କରିବାକୁ ବିଏସଏନଏଲ ନିଷ୍ପତ୍ତି ନେଇଛି । ଏହା ସହିତ କମ୍ପାନି ନିଜ କର୍ମଚାରୀଙ୍କ ଅବସର ବୟସସୀମା ୫୮ ବର୍ଷକୁ ବଦଳାଇଦେଇଛି ।

ସମ୍ବନ୍ଧିତ ଖବର