ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ବହୁତ ବଡ଼ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ପ୍ରସ୍ତୁତି ଚଳାଇଛନ୍ତି। ଦେଶବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଲକ୍ଡାଉନ୍ କାର୍ଯ୍ୟକାରୀ ହୋଇଥିବା ବେଳେ ଆଗକୁ ମଧ୍ୟ ପ୍ରତିକାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ପୂର୍ବ ରାଷ୍ଟ୍ରପତିମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଜି ମୋଦୀ ପ୍ରଥମେ କରୋନା ଭାଇରସ୍ ବିରୋଧରେ ଜାରି ରହିଥିବା ପ୍ରୟାସ ନେଇ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଫୋନ୍ କରିଥିଲେ। ଏହାପରେ ସେ ପ୍ରତିଭା ପାଟିଲ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚ୍ଡି ଦେବଗୌଡ଼ାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଲକ୍ଡାଉନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଡିଏମ୍କେ ସୁପ୍ରିମୋ ଏମ୍କେ ଷ୍ଟାଲିନ୍ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ଫୋନ୍ରେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲଙ୍କ ସହିତ ମଧ୍ୟ କରୋନା ମୁକାବିଲା ନେଇ ଆଲୋଚନା କରିଥିଲେ।
/sambad/media/post_attachments/wp-content/uploads/2020/04/sfh7sfh7sfh7sf98h7sf98hsfhsfhsfhhffhsfhsfhsfhfhsfhfshsfh-1.jpg)
କରୋନା ବିରୋଧୀ ଲଢ଼େଇରେ ଏହି ନେତାମାନଙ୍କଠାରୁ ମୋଦୀ ବିଭିନ୍ନ ପ୍ରସ୍ତାବ ଏବଂ ସହଯୋଗ ଲୋଡ଼ିଥିଲେ। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୋଦୀ ଏହି ନେତାମାନଙ୍କୁ ଅବଗତ କରାଇଥିଲେ। ଏ ବାବଦରେ ଅଧିକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ୮ ଏପ୍ରିଲ୍ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି। ତେବେ ଏହି ବୈଠକକୁ ବର୍ଜନ କରିବେ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବୈଠକକୁ ଏଆଇଏମ୍ଆଇଏମ୍କୁ ଡକାଯାଇନଥିବାରୁ ଏହାର ମୁଖ୍ୟ ଅସଉଦ୍ଦିନ୍ ଅୱେସି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ତାଙ୍କ ଦଳ ପ୍ରତି ଅପମାନ ବୋଲି କହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ କେବଳ ଯେଉଁ ଦଳର ସର୍ବନିମ୍ନ ୫ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କୁ ହିଁ ବୈଠକ ପାଇଁ ଆମନ୍ତ୍ରଣ କରାଯାଇଛି।/sambad/media/post_attachments/wp-content/uploads/2020/04/dgj657dgj987dg9j87dgj5d4gj65d4gj65d4gj65dg4j65dgj4-300x195.jpg)
ଲକ୍ଡାଉନ୍ ବଢ଼ିବା ନେଇ ନିଷ୍ପତ୍ତି ୧୦ ପରେ
ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁଁ ପୂରା ଦେଶ ଏବେ ଲକ୍ଡାଉନ୍ରେ ରହିଛି। ଏହା ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହାପରେ ଲକ୍ଡାଉନ୍ ବଢ଼ିବ କି ଏହାର ଅବସାନ ଘଟିବ ସେନେଇ ୧୦ ତାରିଖ ପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ଦେଶବ୍ୟାପୀ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ସରକାର ଅଧିକ କଟକଣା ନେଇ ଚିନ୍ତା କରୁଛନ୍ତି। ବିଭିନ୍ନ ରାଜ୍ୟ ସରକାର କର୍ଫ୍ୟୁ ଲାଗୁ କରିବା ସହ ନିର୍ଦ୍ଦିଷ୍ଟ ଅଂଚଳରେ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଲକ୍ଡାଉନ୍ ହଟାଯିବା ନେଇ ତରବରିଆ ଭାବେ କୌଣସି ଘୋଷଣା ନକରି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ଲକ୍ଡାଉନ୍ ପରବର୍ତ୍ତୀ ରଣନୀତି ସ୍ଥିର କରିବା ପାଇଁ ରାଜ୍ୟ ସରକାରମାନେ ଏବେ ଆଲୋଚନା ଜାରି ରଖିଛନ୍ତି ଏବଂ ସପ୍ତାହକ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ। ପ୍ରାୟ ୧୪ଟି ରାଜ୍ୟରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଆଗକୁ ବି ଲକ୍ଡାଉନ୍ ବ୍ୟବସ୍ଥା ଜାରି ରହିପାରେ ବୋଲି କୁହାଯାଉଛି। କେବଳ ଜରୁରୀ ସେବା ଜାରି ରହିବ ଏବଂ ଅନ୍ୟ କାରବାର ଉପରେ କଟକଣା ଲାଗିବ ବୋଲି ୟୁପି ସରକାର ସଙ୍କେତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Lock-Down-May-Extend_Thumbnail.jpg)