କଂଗ୍ରେସ କେବେ ମଧ୍ୟ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାହେଁ ନାହିଁ, ପିତ୍ରୋଡାଙ୍କ ମନ୍ତବ୍ୟର ଜବାବ ରଖିଲେ ମୋଦି

ନୂଆଦିଲ୍ଲୀ : କଂଗ୍ରେସ ନେତାମାନେ ବାରମ୍ବାର ଦେଶର ସେନାକୁ ସଂଦେହ କରୁଥିବାରୁ ତାହାର କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ କଂଗ୍ରେସର ଚାଟୁକାରମାନେ କେବେହେଲେ ମଧ୍ୟ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାହୁଁନଥିଲେ । କିନ୍ତୁ, ଏହା ନୂଆ ଭାରତ ଅଟେ, ଏଠାରେ ଆତଙ୍କବାଦୀମାନଙ୍କୁ ସେମାନଙ୍କ ଭାଷାରେ ସୁଧ ସହିତ ଜବାବ ଦିଆଯିବ ।
ସେ ଆହୁରିମଧ୍ୟ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ସବୁଠାରୁ ଭରଷାଯୋଗ୍ୟ ପରାମର୍ଶଦାତା ପାକିସ୍ତାନ ଜାତୀୟ ଦିବସକୁ କଂଗ୍ରେସ ତରଫରୁ ପାଳନ କରୁଛନ୍ତି । କିନ୍ତୁ ଭାରତୀୟ ସେନାକୁ ତଳକୁ ଖସାଇ ସେ ଏହା କରୁଛନ୍ତି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପିତ୍ରୋଡାଙ୍କ ମନ୍ତବ୍ୟର ନିନ୍ଦା କରିଛନ୍ତି ।

 

କଂଗ୍ରେସର ଦରିଆପାରୀ ମୁଖ୍ୟ ସାମ ପିତ୍ରୋଡାଙ୍କ ମନ୍ତବ୍ୟ ଜବାବରେ ମୋଦି ଏହା ଟ୍ଵିଟ କରିଛନ୍ତି । ପିତ୍ରୋଡା କହିଥିଲେ ଯେ ଏପରି ଆକ୍ରମଣ ବେଳେ ବେଳେ ହୋଇଥାଏ । ଆକ୍ରମଣ ମୁମ୍ବାଇରେ ବି ହୋଇଥିଲା । କିନ୍ତୁ ଏହାକୁ ବାହାନା କରି ଏକ ଦେଶ ଉପରେ ଆକ୍ରମଣ କରିଦେବା ଠିକ ନୁହେଁ । ଏକ ଦେଶରୁ କିଛି ଲୋକ ଆମ ଦେଶକୁ ଆସି ଏକ ଆତଙ୍କବାଦୀ ଆକ୍ରମଣ କରିବା ଅର୍ଥ ନୁହେଁ, ଉକ୍ତ ଦେଶ ହିଁ ଦାୟୀ । ମୁମ୍ବଇ ଆକ୍ରମଣ ପରେ ଆମେ ଚାହିଁଥିଲେ ବମାନ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଦେଇଥାନ୍ତୁ । କିନ୍ତୁ ତାହା ଉଚିତ ପନ୍ଥା ନୁହେଁ । ଅଳ୍ପ କେତେଜଣ ଆତଙ୍କବାଦୀଙ୍କ ପାଇଁ ସମଗ୍ର ପାକିସ୍ତାନକୁ ଦାୟୀ କରାଯିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର