ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦି: ଟଙ୍କିକିଆ ଚାଉଳ ଲାଗି କେନ୍ଦ୍ର ଦେଉଛି ମାସିକ ୪୫୦ କୋଟି

ତାଳଚେର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଓଡ଼ିଶା ଗସ୍ତରେ ଆସି ମୋଦି ପ୍ରଥମେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର ଶିଳାନ୍ୟାସ କରିଛନ୍ତି । ତାଳଚେର ସାରକାରଖାନାର ପୁନରୁଦ୍ଧାର ସହିତ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାସ୍ତାବିତ ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ, ସହିତ ପ୍ରାୟ ୪ ହଜାର ୫ଶହ ଜଣଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ଯୋଗାଇ ଦିଆଯିବାର ପରିକଳ୍ପନା କରାଯାଇଛି । ତେବେ ଶିଳାନ୍ୟାସ ପରେ ତାଳଚେରରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଛନ୍ତି ମୋଦି ।

ଜନସଭାରେ ଟଙ୍କିକିଆ ଚାଉଳର ହିସାବ ଦେଇଛନ୍ତି ମୋଦି । ମୋଦି କହିଛନ୍ତି ଓଡ଼ିଶାରେ ଯେଉଁ ଟଙ୍କିକିଆ ଚାଉଳ ଦିଆଯାଇଛି ସେଥି ପାଇଁ ପ୍ରାୟ ୨୫ ଟଙ୍କାରୁ ୩୦ ପ୍ରତିଶତ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି । ତେବେ ଯାଇ ଏକ ଟଙ୍କାରେ ଉପଲବ୍ଧ ହୋଇପାରୁଛି  ଚାଉଳ ।  ଏକଥା ଲୋକେ ଜାଣିପାରୁନାହାନ୍ତି ଯେ ଟଙ୍କିକିଆ ଚାଉଳ ପଛରେ କେନ୍ଦ୍ର ସରକାରଙ୍କ କେତେ ଅବଦାନ ରହିଛି । ଟଙ୍କିକିଆ ଚାଉଳ ବାଣ୍ଟିବା ପାଇଁ ସମସ୍ତ ଟଙ୍କା ଦିଲ୍ଲୀରୁ ଆସୁଛି ବୋଲି ଜନସାଧାରଣ ଅଜ୍ଞ ଅଛନ୍ତି । ରାଜ୍ୟର ୮୫ ଲକ୍ଷରୁ ଅଧିକ ପରିବାରକୁ ଏହାର ଲାଭ ମିଳୁଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ନବୀନ ସରକାରଙ୍କୁ ପ୍ରତି ମାସରେ ପାଖାପାପାଖି ୪୫୦ କୋଟି ଟଙ୍କା ପ୍ରଦାନ କରୁଛି । ଯେଉଁ ଟଙ୍କିକିଆ ଚାଉଳ ପାଇଁ ନବୀନ ସରକାର ବାହାବା ନେଉଛନ୍ତି, ତାହାର ପ୍ରକୃତ ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବନ୍ଧିତ ଖବର