ଫିଟ୍‌ ରହିବା ପାଇଁ ଆପଣ କ’ଣ କରନ୍ତି? ଲଣ୍ଡନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିବା ଏହି ପ୍ରଶ୍ନର ଉତ୍ତର ଶୁଣିବା ପରେ ହସି ହସି ଗଡ଼ି ଗଲେ ଲୋକେ

ନୂଆଦିଲ୍ଲୀ : ଦେଶ ଭିତରେ ହେଉ ବା ବାହାରେ ଯେଉଁଠାକୁ ବି ଭାରତର ପ୍ରଧାନମନ୍ତ୍ରୀ ମୋଦି ଯାଆନ୍ତି ତାଙ୍କ ଭାଷଣରେ ସମସ୍ତେ ଖୁସି ହୋଇ ଯାଆନ୍ତି । ଜଣେ ପ୍ରଧାନମନ୍ତ୍ରୀ ହିିସାବରେ ତାଙ୍କ ଭାଷଣ ଦେବାର ଶୈଳୀକୁ ପ୍ରବାସୀ ଭାରତୀୟ ଖୁବ୍‌ ପସନ୍ଦ କରନ୍ତି । କେତେକ କହନ୍ତି, ଆପଣ ତାଙ୍କୁ ଘୃଣା କରି ପାରିବେ, ଭଲ ପାଇ ପାରିବେ କିନ୍ତୁ ଅବଜ୍ଞା କେବେ ହେଲେ କରି ପାରିବେ ନାହିଁ ।

ସୂଚନା ମୁତାବକ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନ ଗସ୍ତରେ ଯାଇଥିଲେ । ସେଠାରେ ତାଙ୍କ ପାଇଁ ଲଣ୍ଡନର ଟାଉନ୍‌ ହଲରେ ଏକ ସଭା ରଖାଯାଇଥିଲା । ସଭା ଚାଲିଥିବା ବେଳେ ଜଣେ ଲୋକ ଉଠି ପଡ଼ି ତାଙ୍କୁ ପ୍ରଶ୍ନ କରିଥିଲେ, ଆମେ ଜାଣିଛୁ ଆପଣ ଯୋଗ କରନ୍ତି । କିନ୍ତୁ ଆଉ ବି କିଛି ଜିନିଷ ରହିଛି ଯାହା ଆପଣଙ୍କୁ ଏବେ ମଧ୍ୟ ଫିଟ୍‌ ରଖିଛି । ପ୍ରକୃତରେ ସେ ଜିନିଷଟି କ’ଣ ?

ଏହି ପ୍ରଶ୍ନ ଶୁଣିବା ପରେ ମୋଦି ଟିକେ ହସିବା ସହ ନିଜ ପ୍ରଶ୍ନର ଉତ୍ତର ରଖିଥିଲେ । ପାଖାପାଖି ୨୦ ବର୍ଷ ହେବ ମୁଁ ଯୋଗ ସହ ପ୍ରତିଦିନ ୧-୨ କେଜି ଗାଳି ଖାଇ ଆସୁଛି । ଯାହା ପାଇଁ ମୁଁ ଏବେ ବି ଫିଟ୍‌ ରହିଛି । ମୋଦିଙ୍କ ଠାରୁ ଏହି ଉତ୍ତର ଶୁଣିବା ପରେ ହଲ୍‌ରେ ଉପସ୍ଥିତ ଥିବା ସବୁ ଲୋକ ହସିବାକୁ ଲାଗିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର