ଝାଡ଼ଖଣ୍ଡକୁ ଅପମାନିତ କରିବା ଅଧିକାର ନାହିଁ: ମୋଦୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଜଣେ ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ମାମଲା ବୁଧବାର ଲୋକସଭାରେ ଉଠିଥିଲା | କିଛି ସଦସ୍ୟ କେନ୍ଦ୍ର ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ | ଶୂନ୍ୟକାଳରେ କଂଗ୍ରେସର ଗୀତା କୋଡା ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଆଇନଗତ ଶୃଙ୍ଖଳା ବିଗିଡିଯାଇଥିବା କଥା କହିଥିଲେ | ସେ ଦାବି କରିଥିଲେ ଯେ ତୁରନ୍ତ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଅନ୍ତୁ |

Image Source: Hindustan Times

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଝାଡ଼ଖଣ୍ଡର ଏହି ଘଟଣାକୁ ନେଇ ସେ ଦୁଃଖୀ ଅଛନ୍ତି | କିନ୍ତୁ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅପମାନ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି |

ମୋଦୀ କହିଛନ୍ତି ଯେ ରାଜ୍ୟସଭାରେ କିଛି ଲୋକ ଝାଡ଼ଖଣ୍ଡକୁ ସଂଘବଦ୍ଧ ଆକ୍ରମଣର କେନ୍ଦ୍ର କହିଛନ୍ତି | ଏହା କଣ ଉଚିତ କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି | ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ କାହିଁକି ଅପମାନିତ କରାଯାଉଛି ବୋଲି ସେ ପଚାରିଥିଲେ |

ସମ୍ବନ୍ଧିତ ଖବର