ମହାମେଣ୍ଟ ଦୁର୍ନୀତିଗ୍ରସ୍ତଙ୍କ ମେଳି

ମର୍‌ଗାଓ(ଗୋଆ): ଗୋଆର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏବେ ବିରୋଧୀ ଦଳର ଦୁର୍ନୀତିଗ୍ରସ୍ତ ନେତାମାନେ ମେଳି ବାନ୍ଧି ମହାମେଣ୍ଟ ଗଠନ କରିଛନ୍ତି। ସେଥିରେ ଦୁର୍ନୀତି, ନକରାତ୍ମକ ଆଭିମୁଖ୍ୟ ଏବଂ ଅସ୍ଥିରତା ଛଡ଼ା ଆଉ କିଛିନାହିଁ। ସେମାନଙ୍କ ଅର୍ଥଶକ୍ତି ବିରୋଧରେ ବିଜେପି ତା’ର ଜନଶକ୍ତି ନେଇ ଲଢ଼େଇ କରିବ ବୋଲି ମୋଦୀ କହିଛନ୍ତି। ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଲ୍ଲେଖ କରି ମୋଦୀ କହିଥିଲେ ଯେ ଏହାଦ୍ବାରା ଦେଶର ଏକ ବଡ଼ ବର୍ଗଙ୍କୁ ଫାଇଦା ମିଳିବ। ବିରୋଦୀ ଦଳ ନେତାମାନେ ସରକାରଙ୍କ ବିକାଶ କାର୍ଯ୍ୟକୁ ବିରୋଧ କରି ଆସୁଛନ୍ତି ଏବଂ ସେମାନେ ଏବେ ପରାଜୟ ଭୟରେ ଏକାଠି ହୋଇଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର