ମୋଦି-ଶାହ-ୟେଦୁରପ୍ପାଙ୍କୁ ସିଦ୍ଦରାମେୟାଙ୍କ ଓକିଲ ନୋଟିସ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ଆଉ ମାତ୍ର ୪ ଦିନ ବାକି ରହିଯାଇଥିବା ବେଳେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦୁରପ୍ପାଙ୍କୁ ୬ ପୃଷ୍ଠାର ଓକିଲ ନୋଟିସ୍‌ ପଠାଇଛନ୍ତି। ବିଭିନ୍ନ ନିର୍ବାଚନୀ ସଭାରେ ଏହି ନେତାମାନେ କଂଗ୍ରେସ ସରକାର ଏବଂ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଥିବାରୁ ଏଥିପାଇଁ ମୋଦି, ଶାହ ଏବଂ ୟେଦୁରପ୍ପା ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି। ସିଦ୍ଦରାମେୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବିରୋଧରେ ବ୍ୟକ୍ତିଗତ କୁତ୍ସା ରଟନା କରିଛନ୍ତି ଏବଂ ତାଙ୍କ ସରକାରକୁ ସିଦ୍ଦରୁପେୟା ସରକାର ବୋଲି କହିଛନ୍ତି। ଏଥିପାଇଁ ବିଜେପି ଏବଂ ପ୍ରଧାନମନ୍ତ୍ରୀ କ୍ଷମା ପ୍ରାର୍ଥନା ନକଲେ ସେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବେ ବୋଲି କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ ଉଦ୍‌୍‌ବୋଧନ ଦେଇ ସିଦ୍ଦରାମେୟା ଏବଂ ତାଙ୍କ ସରକାରକୁ କଡ଼ା ସମାଲୋଚନା କରିଥିଲେ । ମୋଦି କହିଥିଲେ ଯେ ଏବେ ରାଜ୍ୟରେ ‘୧୦ ପ୍ରତିଶତ’ ସରକାର ଚାଲିଛି ଏବଂ ଦୁର୍ନୀତି ହିଁ ନୀତି ପାଲଟିଯାଇଛି। ସିଦ୍ଦରାମେୟା ସରକାର ସିଦ୍ଦରୁପେୟା ସରକାର ପାଲଟିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର