ବିଦେଶ ଗସ୍ତ ଓ ବିଜ୍ଞାପନରେ ସାଢ଼େ ୪ ବର୍ଷର ଶାସନ କାଳରେ ପ୍ରଧାନମନ୍ତ୍ରୀ ମୋଦି ଖର୍ଚ୍ଚ କରିଛନ୍ତି ୭ ହଜାର କୋଟି

ନୂଆଦିଲ୍ଲୀ: ଦେଶର ଶାସନ ଭାର ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ନିଜର ବିଦେଶ ଗସ୍ତ ଓ ବିଜ୍ଞାପନ ବାବଦରେ ଦେଶର ରାଜକୋଷରୁ ୭ ହଜାର କୋଟି (୯୨୦ ମିଲିୟନ ଆମେରିକୀୟ ଡଲାର) ଖର୍ଚ୍ଚ କରିଥିବା ସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବା ପାଇଁ ମିଳିିଛି। ସାଢ଼େ ଚାରି ବର୍ଷର ପ୍ରଧାନମନ୍ତ୍ରିତ୍ୱ କାଳରେ ମୋଦି ବିଶ୍ୱର ୮୪ଟି ରାଷ୍ଟ୍ରକୁ ସରକାରୀ ଗସ୍ତରେ ଯାଇଛନ୍ତି ଆଉ ଏବାବଦରେ ଦେଶର ରାଜକୋଷରୁ ଖର୍ଚ୍ଚ ହୋଇଛି ୨୮୦ ମିଲିୟନ ଆମେରିକୀୟ ଡଲାର। ସେହିପରି ମୋଦି ସରକାରଙ୍କର ବିଭିନ୍ନ ଫ୍ଲାଗ୍‌ସିପ୍‌ ପ୍ରେଜେକ୍ଟ, ଯୋଜନା ଓ ସଫଳତାକୁ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ଆକାରରେ ପ୍ରଚାର କରିବା ବାବଦରେ ରାଜକୋଷରୁ ୬୪୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ଏହି ସୂତ୍ରରୁ ଜାଣିବା ପାଇଁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶ୍ୱର ୮୪ଟି ରାଷ୍ଟ୍ର ଗସ୍ତ ବାବଦରେ ଦେଶର ରାଜକୋଷରୁ ଖର୍ଚ୍ଚ ହୋଇଛି ୨୮୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚ କେବଳ ମାତ୍ର ପ୍ରଧାନମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ରହିଥିବା ସ୍ୱତନ୍ତ୍ର ଜେଟ୍‌ ଏୟାର ଇଣ୍ଡିଆ ଓ୍ଵାନ୍‌ର ରକ୍ଷଣାବେକ୍ଷଣ ଓ ବିଦେଶ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ହଟ୍‌ଲାଇନ୍‌ ଯୋଗାଯୋଗ ବ୍ୟବସ୍ଥା ଯୋଗାଇଦେବା ବାବଦରେ ଖର୍ଚ୍ଚ ହୋଇଛି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ସଂସଦରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ୮୪ଟି ରାଷ୍ଟ୍ର ଗସ୍ତ କରିଥିଲେ, ସେଥିମଧ୍ୟରୁ ଅଧିକାଂଶ ଔପଚାରିକ ଥିବା ବେଳେ ଆଉ କିଛିଟା ଅନୌପଚାରିକ ଥିଲା ବୋଲି ନିଜ ଉତ୍ତରରେ କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ।

ସେହିପରି ମୋଦି ସରକାରଙ୍କର ବିଭିନ୍ନ ଫ୍ଲାଗ୍‌ସିପ୍‌ ପ୍ରେଜେକ୍ଟ, ଯୋଜନା ଓ ସଫଳତାକୁ ବିଭିନ୍ନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ର ସହ ବିଜ୍ଞାପନ ଆକାରରେ ପ୍ରଚାର କରିବା ବାବଦରେ ରାଜକୋଷରୁ ୬୪୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର୍‌।

ସମ୍ବନ୍ଧିତ ଖବର