ଗୁଜରାଟ ନିର୍ବାଚନ ପ୍ରଚାରରେ ବାଲାକୋଟ୍ କଥା ଉଠାଇ ବିବାଦରେ ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଚରଣବିଧି ଉଲ୍ଲଂଘନ ନେଇ ଯାଞ୍ଚ କରୁଛନ୍ତି ନିର୍ବାଚନ ଅଧିକାରୀ

ଗୁଜରାଟ : ଗୁଜରାଟ ନିର୍ବାଚନ ପ୍ରଚାରରେ ପୁଣି ବାଲାକୋଟ୍ କଥା ଉଠାଇ ବିବାଦରେ ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ସଭାରେ ମୋଦୀ କହିଛନ୍ତି, ଅଭିନନ୍ଦନଙ୍କୁ ଛାଡିବା ଲାଗି ପାକିସ୍ତାନକୁ ସେ ଦେଇଥିଲେ କଡ଼ା ଚେତାବନୀ । ଅଭିନନ୍ଦନକୁ ନଛାଡିଲେ ପରିଣାମ ଭୟଙ୍କର ହେବ ବୋଲି ସେ ପାକିସ୍ତାନକୁ କହିଥିଲେ । ପ୍ରଚାର ବେଳେ ସେନା ସଂପର୍କୀତ କୌଣସି ରେଫରେନ୍ସ ଦିଆଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ କଟକଣା ରହିଛି । ତେବେ ଆଚରଣବିଧି ଉଲଂଘନ ହୋଇଛି କି ନାହିଁ ଯାଂଚ କରୁଛନ୍ତି ନିର୍ବାଚନ ଅଧିକାରୀ ।

ଗୁଜରାଟ ନିର୍ବାଚନ ରାଲିରେ ମୋଦୀଙ୍କ ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମୋଦୀ କହିଛନ୍ତି, ଅଭିନନ୍ଦନଙ୍କୁ ବନ୍ଧକ ରଖିବା ପରେ ସେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଥିଲେ । କହିଥିଲେ, ଯଦି ଆମ ପାଇଲଟର କିଛି ବି କ୍ଷତି ହେବ, ତେବେ ତାହେଲେ ପରିଣାମ ଅତି ଭୟଙ୍କର ହେବ, ସେ ପାକିସ୍ତାନକୁ ଛାଡିବେ ନାହିଁ ଜଣାଇ ଦେଇଥିଲେ ।

ନିର୍ବାଚନ ରାଲିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନାଁ ନେଇ ପୁଣିଥରେ ବିବାଦ ଭିତରକୁ ଚାଲି ଆସିଛନ୍ତି ମୋଦୀ । କାରଣ ଅଭିନନ୍ଦନଙ୍କ ନାଁ ନେଇ ପ୍ରଚାର କରିବାକୁ ବାରଣ କରିଥିଲେ ନିର୍ବାଚନ କମିସନ୍ । ସବୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଏ ନେଇ ଆଡଭାଇଜରୀ ଜାରି କରିଥିଲେ ନିର୍ବାଚନ କମିସନ୍ । ଇଲେକସନ୍ କ୍ୟାମ୍ପେନିଂ କିମ୍ବା ବିଜ୍ଞାପନରେ ସେନା ଓ ସୁରକ୍ଷା କର୍ମୀଙ୍କ ଫଟୋଗ୍ରାଫ ଓ ସେମାନଙ୍କ ସଂପର୍କରେ କୌଣସି ରେଫରେନ୍ସ ନ ଦେବା ଲାଗି କଡ଼ା ନିୟମ ଲାଗୁ କରିଥିଲେ ଇସି । ଏଭଳି କଟକଣା ସତ୍ୱେ ମୋଦୀଙ୍କ ବୟାନ ବଡ଼ ଧରଣର ବିବାଦ ସୃଷ୍ଟି କରିଛି । ତେବେ ମୋଦୀଙ୍କ ବୟାନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଛି କି ନାହିଁ, ଏ ନେଇ ଯାଂଚ ଆରମ୍ଭ କରିଛନ୍ତି ଗୁଜରାଟ ନିର୍ବାଚନ ଅଧିକାରୀ ।

ସମ୍ବନ୍ଧିତ ଖବର