‘ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ : ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟବସାୟର ଦୃତ ଅଭିବୃଦ୍ଧି ଏବ˚ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶବ୍ୟାପୀ ଏକ ନୂଆ ଅଭିଯାନ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଦେଶର ବଛା ବଛା ୧୦୦ଟି ଜିଲ୍ଲାରେ ୧୦୦ ଦିନ ପର୍ଯ୍ୟନ୍ତ ଏହି ‘ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ସହାୟତା ଓ ସମ୍ପର୍କ ଅଭିଯାନ ଚାଲିବ ।

ପ୍ରତି ଜିଲ୍ଲାରେ ଥିବା ଏମଏସଏମଇ କେନ୍ଦ୍ର ଜରିଆରେ ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଦେଶବ୍ୟାପୀ ଆୟୋଜନ ହେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ୧୦୦ଟି ଯାକ ଜିଲ୍ଲାରେ ଉପସ୍ଥିତ ରହିବେ । ଓଡିଶାର କଟକ, ପୁରୀ ଓ ପାରାଦୀପଠାରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ। କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକସ୍ଥିତ ସହିଦ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୁରୀ ଟାଉନ ହଲଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଚୌଧୁରୀ ବିରେନ୍ଦ୍ର ସି˚ ଅ˚ଶଗ୍ରହଣ କରିବେ ା ସେହିପରି ପାରାଦୀପ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ, ରାଜପଥ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ଲାଲ ମଣ୍ତଭିୟା ଯୋଗଦେବେ। ପାରାଦୀପସ୍ଥିତ ଜୟଦେବ ସଦନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର