ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ମୋଦୀ !

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ଫେସବୁକ,ଟ୍ଵିଟର, ଇନଷ୍ଟାଗ୍ରାମ,ୟୁଟ୍ୟୁବରୁ ବିଦାୟ ନେବାକୁ ବିଚାର କରୁଛନ୍ତି । ଆସନ୍ତା ରବିବାର ଦିନ ଏହି ପଦକ୍ଷେପ ନେବାକୁ ବିଚାର କରୁଛନ୍ତି ବୋଲି ସେ ଟ୍ଵିଟ କରି ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ମୋଦୀ ହେଉଛନ୍ତି ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା । ଫେସବୁକରେ ତାଙ୍କର ୪୪ ନିୟୁତ ଫଲୋଅର ଓ ଟ୍ଵିଟରରେ ୫୩.୩ ନିୟୁତ ଫଲୋଅର ଅଛନ୍ତି । ସେହିପରି ଇଷ୍ଟାଗ୍ରାମରେ ତାଙ୍କର ୩୦ ନିୟୁତ ଫଲୋଅର ଅଛନ୍ତି, ଯାହାକି ବିଶ୍ୱରେ ସର୍ବାଧିକ । ତାଙ୍କ ତଳକୁ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସୋସିଆଲ ମିଡିଆ ଛାଡ଼ିବା ସଂପର୍କରେ ମୋଦୀଙ୍କ ଘୋଷଣା ପରେ ତାହା କେବଳ ଭାରତ କାହିଁକି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଟ୍ଵିଟରରେ ନୋସାର (#Nosir) ଟ୍ରେଣ୍ଡ କରିବା ଆରମ୍ଭ କରିଛି । ତେବେ ମୋଦୀଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆସନ୍ତା ରବିବାର ଜଣାପଡ଼ିବ । ଆଗକୁ ମୋଦୀଙ୍କ କଣ ଯୋଜନା ରହିବ ତାହା ମଧ୍ୟ ରବିବାରଦିନ ଜଣାପଡ଼ିବ ।

ସମ୍ବନ୍ଧିତ ଖବର