ଜାତିସଂଘ ଜଳବାୟୁ ସମ୍ମିଳନୀର ପ୍ରାରମ୍ଭରେ ଭାଷଣ ଦେବେ ମୋଦୀ

ନ୍ୟୁୟର୍କ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କଠାରେ ଅନୁଷ୍ଠିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ସୁରକ୍ଷା ସମ୍ମିଳନୀରେ ଭାଷଣ ଦେବେ । ଏହି ସମ୍ମିଳନୀ ଆରମ୍ଭରେ ଭାଷଣ ଦେବାକୁ ଥିବା ଅଳ୍ପକିଛି ବିଶ୍ୱନେତାଙ୍କ ମଧ୍ୟରେ ମୋଦୀଙ୍କ ନାଁ ରହିଛି । ପ୍ରାରମ୍ଭରେ ଅଭିଭାଷଣ ରଖିବାକୁ ମୋଦୀଙ୍କୁ ସୁଯୋଗ ଦେବାକୁ କୂଟନୈତିକ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଥିବା ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହା ଦର୍ଶାଉଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହି ସମ୍ମିଳନୀରେ ପ୍ରଥମେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟେରାସ, ତାଙ୍କପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନ,ମାର୍ସାଲ ଦ୍ୱୀପର ରାଷ୍ଟ୍ରପତି ହିଲଡା ହେଇନଙ୍କ ପରେ ୪ର୍ଥ ରାଷ୍ଟ୍ରମୁଖ୍ୟଭାବେ ମୋଦୀ ଭାଷଣ ଦେବେ । ତାଙ୍କ ପରେ ଜର୍ମାନ ଚ୍ୟାନସେଲର ଆଞ୍ଜେଲା ମର୍କେଲ ଭାଷଣ ଦେବେ । ଜଳବାୟୁ ସୁରକ୍ଷା ଦିଗରେ ଭାରତର ପଦକ୍ଷେପ ସଂପର୍କରେ ମୋଦୀ କହିବେ । ଭାଷଣ ଦେବା ପରେ ମୋଦୀ ଜାତିସଂଘ ମୁଖ୍ୟାଳୟ ପରିସରରେ ଏକ ସୋଲାର ପାର୍କର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର