ଉଠୁଥିଲା ବାହୁବଳୀ, ଦେଖୁଥିଲେ ମୋଦୀ

ନୂଆଦିଲ୍ଲୀ: ଶେଷରେ ଜହ୍ନରାଇଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରାୟନ-୨ | ରକେଟ’ବାହୁବଳୀ’ ଏହାକୁ ନେଇ ଚନ୍ଦ୍ରପୃଷ୍ଠକୁ ଯାଇଛି | ତେବେ ଭାରତ ଇତିହାସ ରଚିବାକୁ ଯାଉଥିବାବେଳେ ଏହାକୁ ଉସ୍ଚୁକତାର ସହ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ନିଜ ଅଫିସରେ ଲାଇଭ ଭିଡିଓ ଦେଖୁଥିବାବେଳେ ଯେତେବେଳେ ବୈଜ୍ଞାନିକମାନେ ତାଳି ମାରି ମିଶନକୁ ସ୍ୱାଗତ କରିଦେଇଥିଲେ ମୋଦୀଙ୍କ ଚେହେରାରେ ବି ସ୍ମିତହାସ୍ୟ ଖେଳିଯାଇଥିଲା |

ଏହାକୁ ନେଇ ମୋଦୀ କହିଛନ୍ତି ଯେ ଚନ୍ଦ୍ରାୟନ-୨ ଅଦ୍ଵିତୀୟ କାରଣ ଏହା ଚନ୍ଦ୍ର୍ର ଦକ୍ଷିଣ ଧ୍ରୁବ କ୍ଷେତ୍ର ବାବଦରେ ଅନୁସନ୍ଧାନ କରିବ | ପୂର୍ବରୁ କୌଣସି ମିଶନରେ ଏଭଳି ହୋଇନଥିବାର ମୋଦୀ କହିଛନ୍ତି | ସେହିପରି ଚନ୍ଦ୍ରାୟନ-୨ ଆମର ବୈଜ୍ଞାନିକ ଓ ୧୩୦ କୋଟି ଭାରତୀୟଙ୍କ ବିଜ୍ଞାନ ପ୍ରତି ଥିବା ସଂକଳ୍ପକୁ ଦର୍ଶାଉଛି | ଆଜି ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି | ଚନ୍ଦ୍ରାୟନ-୨ର ପ୍ରକ୍ଷେପଣ ପରେ ମୋଦୀ ତାଳି ମାରି ସ୍ୱାଗତ କରିବା ସହ ଲଗାତାର ଟ୍ୱିଟ କରିଥିଲେ | ମୋଦୀ କହିଥିଲେ ଯେ ଚନ୍ଦ୍ରାୟନ-୨ର ସଫଳତା ଭାରତୀୟ ବୈଜ୍ଞାନିକଙ୍କ ସଫଳ ଗାଥାକୁ ବର୍ଣ୍ଣନା କରୁଛି |

ଏଠାରେ ସୂଚନା ଥାଉ କି ପୂର୍ବରୁ ପ୍ରାୟ ୪ ଥର ବାତିଲ ହେବା ପରେ ଜୁଲାଇ ୧୫ ରାତି ୨ଟା ୫୧ମିନିଟରେ ଉତକ୍ଷେପଣ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାର୍କ-୩ର କ୍ରାୟୋଜେନିକ ଇଂଜିନର ହିଲିୟମ ବଟଲରେ ଲିକ୍‌ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଏବେ ଏହି ତ୍ରୁଟିକୁ ସଜଡାଯାଇ ପୁଣି ଉତକ୍ଷେପଣ କରାଯାଇଛି ।

ସମ୍ବନ୍ଧିତ ଖବର