‘ଯଦି ଆମରଣ ଅନଶନରେ ମୋର କିଛି ହୁଏ ତେବେ ସେଥିପାଇଁ କେବଳ ମୋଦି ହିଁ ଦାୟୀ’: ଆନ୍ନା

ନୂଆଦିଲ୍ଲୀ: ଗତ ବୁଧବାର ଠାରୁ ଲୋକପାଳ ଓ ଲୋକାୟୁକ୍ତ ଆଇନ୍‌ ପ୍ରଣୟନ କରିବା ନେଇ ନିଜ ଗାଁ ଅହମ୍ମଦ ନଗର ଜିଲ୍ଲାରେ ଥିବା ନଜର ଗାଆଁ ରାଲେଗଣ ସିଦ୍ଧିରେ ଅନଶନ ଭଷ୍ଟ୍ରାଚାର ବିରୋଧରେ ଲଢ଼େଇ କରୁଥିବା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଚଳାଇଛନ୍ତି । ଆନ୍ନାଙ୍କ ଆନ୍ଦୋଳନ ୫ ଦିନରେ ପହଁଚିଥିଲେ ବି ପୂର୍ବ ଭଳି ସମାନ ପ୍ରତିଶ୍ରୁତି ଆଉ ଛଳନା କରାଯାଉଛି ବୋଲି ଆନ୍ନାଙ୍କ ସମର୍ଥକ କହିଛନ୍ତି । ଆନ୍ନା ମୋଦିଙ୍କୁ ନିଶାନା କରି କହିଛନ୍ତି, ‘ଯଦି ଆମରଣ ଅନଶନରେ ମୋର କିଛି ହୁଏ ତେବେ ସେଥିପାଇଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଦାୟୀ ରହିବେ ।’

କେନ୍ଦ୍ରରେ ଓ ମହାରାଷ୍ଟ୍ରରେ ଲୋକପାଳ,ଲୋକଯୁକ୍ତ ଆଇନ୍‌ ତିଆରି କରିବା ଓ କୃଷକମାନଙ୍କର ବିଭିନ୍ନ ଦାବି ପୂରଣ କରିବା ପାଇଁ ଆନ୍ନା ହଜାରେ ଦୃଢ଼ ସଂକଳ୍ପ କରି ‘ଜନ ଆନ୍ଦୋଳନ ସତ୍ୟାଗ୍ରହ’ ଚଳାଇଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଭ୍ରଷ୍ଟାଚାର ଦୂର କରିବାରେ ଫେଲ୍‌ ମାରିଛନ୍ତି । ଯଦି କିଏ ର୍ଦୁନୀତି ବିରୋଧରେ ସ୍ୱରଉଠାଉଛି ତାହାକୁ ଅଣଦେଖା କରୁଛନ୍ତି ମୋଦି ବୋଲି କହିଛନ୍ତି ଆନ୍ନା ।

ଗତ ୫ ବର୍ଷ ଭିତରେ ଆନ୍ନା କେନ୍ଦ୍ର ସରକାରଙ୍କୁ ୩୫ଟି ପତ୍ର ଲେଖିଥିଲେ ହେଁ ତାଙ୍କୁ ମାତ୍ର ୨ଟି ପତ୍ରର ଉତ୍ତର ମିଳିଛି ବୋଲି ସମାଜସେବୀ ଆନ୍ନା ହଜାରେ କହିଛନ୍ତି।

ସମ୍ବନ୍ଧିତ ଖବର