୨୪ ଘଣ୍ଟାର ଉହାନ୍‌ ରହଣିରେ ୬ଟି ଅଣଔପଚାରିକ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି କଲେ ଚା’ଏ ପେ ଚର୍ଚ୍ଚା

ନୂଆଦିଲ୍ଲୀ: ପଡ଼ୋଶୀ ଚୀନ୍‌ର ପର୍ଯ୍ୟଟନ ସହର ଉହାନ୍‌ରେ ୨୪ ଘଣ୍ଟାର ରହଣି ପରେ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ, ଚୀନ୍‌ରେ ୨୪ ଘଣ୍ଟାର ଏହି ରହଣି କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଛଅଟି ଅଣଔପଚାରିକ ବୈଠକ। ଡୋକ୍‌ଲାମକୁ କେନ୍ଦ୍ର କରି ଉଭୟ ଚୀନ୍‌ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଅବ୍ୟାହତ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଛଅଟି ଅଣଔପଚାରିକ ବୈଠକରେ ଛଅଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି ଉଭୟ ରାଷ୍ଟ୍ରନେତା।

ଯେଉଁ ସବୁ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି ଉଭୟ ରାଷ୍ଟ୍ରନେତା ତାହା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟ ଦେଶର ସେନା ମଧ୍ୟରେ ସୀମାନ୍ତ ଶାନ୍ତ ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା। ଉଭୟ ରାଷ୍ଟ୍ର ପାରସ୍ପରିକ ସହଯୋଗିତାରେ ବୃଦ୍ଧି ଆଣିବା। ଉଭୟ ଭାରତ ଓ ଚୀନ୍‌ ମିଳିତ ଭାବେ ନିଜକୁ ଏକ ବିଶ୍ୱ ଶକ୍ତି ରୂପେ ପ୍ରତିଷ୍ଠା କରିବା। ସୀମାନ୍ତରେ ଉତ୍ତେଜନାକୁ ହ୍ରାସ କରିବା ସହ ଯେଉଁ ସବୁ ପ୍ରସଙ୍ଗକୁ ନେଇ ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ତାହାକୁ ଆପୋଷ ବୁଝାମଣା ଜରିଆରେ ଦୂରକରିବା। ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟିକ ସହଯୋଗରେ ବୃଦ୍ଧି ଘଟାଇବା। ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ିବା ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ଏହିପରି ଆଣଆନୁଷ୍ଠାନିକ ବୈଠକ ପ୍ରତ୍ୟେକ ବର୍ଷ ଆୟୋଜନ କରିବା।

ସମ୍ବନ୍ଧିତ ଖବର