ଯୋଗୀଙ୍କ ‘ମୋଦୀଜୀ କି ସେନା’ ଟିପ୍ପଣୀ କାର୍ଯ୍ୟାନୁଷ୍ଠାନ ଦାବିକଲେ ପୂର୍ବତନ ନୌସେନା ମୁଖ୍ୟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ମୋଦୀଜୀ କି ସେନା’ ଟିପ୍ପଣୀ ବାବଦରେ ଆଜି ଗାଜିଆବାଦ୍‌ ଜିଲ୍ଲା ନିର୍ବା‌ଚନ ଅଫିସ୍‌ (ଡିଇଓ)ଠାରୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ କମିସନ୍‌। ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଏଲ୍‌ ରାମଦାସ ମଧ୍ୟ ଆଜି ଯୋଗୀଙ୍କ ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିସନଙ୍କୁ ପତ୍ର ଲେଖିଛନ୍ତି। ରାମଦାସ କହିଛନ୍ତି, ‌ଭାରତୀୟ ‌ସେନା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ରାଜ‌ନୈତିକ ଦଳର ନୁହେଁ। ଯୋଗୀଙ୍କର ଏଭଳି ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି। ଗତ ରବିବାର ଦିନ ଗାଜିଆବାଦ୍‌ରେ ଏକ ନିର୍ବା‌ଚନୀ ରୢାଲିରେ ଯୋଗୀ ଭାରତୀୟ ସେନାକୁ ‘ମୋଦୀଜୀ କି ସେନା’ ବୋଲି କହିଥି‌ଲେ। କଂଗ୍ରେସ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆତଙ୍କବା‌ଦୀଙ୍କ ପ୍ରତି ଅତି ନରମ ମନୋଭାବ ପୋଷଣ କରୁଛି କହି ଯୋଗୀ କଂଗ୍ରେସ ଉପରେ ବର୍ଷିଥିଲେ। ଯୋଗୀ କହିଛନ୍ତି ଯେ ସରକାରର ମୁଖ୍ୟ ଭାବେ ସେ କେବଳ ମୋଦୀଙ୍କ ନାମ ନେଇଥିଲେ।

ସମ୍ବନ୍ଧିତ ଖବର