ମୋଦୀଙ୍କ ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ବିଫଳ: ରାହୁଲ

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଜାୟ ରଖିବା ସଂକ୍ରାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ଏବଂ କରୋନା ସଙ୍କଟର ମୁକାବିଲା ନେଇ ସରକାର ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହି‌ଛନ୍ତି ଦେଶରେ ଏବେ ସଂକ୍ରମଣ ବଢ଼ିଚାଲିଥିବାରୁ ଦେଶବ୍ୟାପୀ ଜାରି ହୋଇଥିବା ଲକ୍‌ଡାଉନ୍‌ ବିଫଳ ‌ହୋଇଛି। ରାହୁଲ ଆଜି ତାଙ୍କ ଟ୍ବିଟର ଆକାଉଣ୍ଟ୍‌ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ଆଶା ରଖିଥିଲେ ସେହି ଆଶା ଅନୁଯାୟୀ ୪ ପର୍ଯ୍ୟାୟ ଲକ୍‌ଡାଉନ୍‌ ଫଳପ୍ରଦ ହୋଇନାହିଁ। ସେହିପରି ଲକ୍‌ଡାଉନ୍‌ କଟକଣା କୋହଳ କରିବା ସଂକ୍ରାନ୍ତ ମୋଦୀ ସରକାରଙ୍କ ରଣନୀତିକୁ ରାହୁଲ କଡ଼ା ସମାଲୋଚନା କରିଛନ୍ତି।

ରାହୁଲ କହିଛନ୍ତି, ବିଶ୍ବରେ ଭାରତ ହେଉଛି ଏକମାତ୍ର ରାଷ୍ଟ୍ର ଯିଏ କି ସଂକ୍ରମଣ ବଢ଼ିବା ସମୟ‌ରେ ଲକ୍‌ଡାଉନ୍‌ କୋହଳ କରିଛି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରାମର୍ଶଦାତା ଦାବି କରୁଛନ୍ତି ଯେ, କରୋନା ଭାଇରସ୍‌ ମାମଲା କମିଯିବ କିନ୍ତୁ ଏହା ହେବନାହିଁ ବୋଲି ରାହୁଲ କହିଛନ୍ତି। ତେବେ ସରକାରଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିଛି ସେନେଇ ସେ ମୋଦୀଙ୍କୁ ପ୍ରଶ୍ନ କରିବାକୁ ଚାହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର