ପିଛା କରି ଅଶ୍ଲୀଳ କମେଣ୍ଟ କରୁଥିଲା ରିକ୍ସାବାଲା, ଚପଲ କାଢ଼ି ନିସ୍ତୁକ ପିଟିଲେ ମହିଳା; ଭିଡିଓ ଭାଇରାଲ୍
ମୁରାଦାବାଦ୍(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମୁରାଦାବଦ୍ରେ ଜଣେ ମହିଳାଙ୍କ ସାହାସିକତା ଦେଖିବାକୁ ମିଳିଛି । ପିଛା କରି ଅଶ୍ଳୀଲ କମେଣ୍ଟ କରୁଥିବା ଇ-ରିକ୍ସା ଚାଳକଙ୍କୁ ସର୍ବସମ୍ମୁଖରେ ନିସ୍ତୁକ ପିଟିଛନ୍ତି ମହିଳା । ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମହିଳାଙ୍କ ସାହାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ଘଟଣା ଘଟିବା ସମୟରେ ପାଖରେ ଅନେକ ଲୋକ ଥାଇ ମଧ୍ୟ କେହି ମହିଳାଙ୍କୁ ସାହାଯ୍ୟ କରି ନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମହିଳା ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାସ୍ତା ଜନଶୂନ୍ୟ ଥିବା ଦେଖି ରିକ୍ସା ଚାଳକ ଜଣଙ୍କ ତାଙ୍କ ପଛେ ପଛେ ରିକ୍ସା ଚଳାଇବା ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଚାଳକଙ୍କ ଏହି କାମକୁ ଅଣଦେଖା କରିବାରୁ ଚାଳକ ଜଣକ କମେଣ୍ଟ ମାରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ମହିଳାଙ୍କ ପାଖକୁ ଗାଡ଼ି ଆଣି ମୋବାଇଲ ନମ୍ବର ମାଗିିଥିଲା ରିକ୍ସା ଚାଳକ । ଏହା ଶୁଣିବା ପରେ ମହିଳା ଜଣଙ୍କ ରାଗି ଯାଇ ଉକ୍ତ ଚାଳକଙ୍କୁ ଚପଲରେ ପିଟିବା ଆରମ୍ଭ କରିଥିଲେ । ମହିଳାଙ୍କ ଏଭଳି ରୂପ ଦେଖି ଚାଳକ ଡ଼ରି ଯାଇ ସେଠାରୁ ଖସି ପଳାଇଥିଲା । ଏହି ଘଟଣା ଘଟିବା ବେଳେ କିଛି ଲୋକ ମୁକ ଦର୍ଶକ ସାଜୁଥିବା ବେଳେ କିଛି ଲୋକ ଘଟଣାର ଭିଡ଼ିଓ ରେକର୍ଡ଼ କରିଥିଲେ । କିନ୍ତୁ କେହି ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ନ ଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହୋଇ ନ ଥିବା ବେଳେ ଭିଡ଼ିଓ ଭାଇରାଲ ପରେ ଏହି ଘଟଣା ସାମ୍ନାକୁ ଆସିଛି ।