ଭାରତରେ ମୋମୋ ଚ୍ୟାଲେଞ୍ଜ ନେଲା ପ୍ରଥମ ଜୀବନ,ବେକରେ ରଶିି ଲଗାଇ ଆତ୍ମହତ୍ୟା କଲେ କଲେଜ ଛାତ୍ର

ଦାର୍ଜିଲିଂ : କିଛି ଦିନ ହେବ ମୋମୋ ଚ୍ୟାଲେଞ୍ଜକୁ ନେଇ ଦେଶରେ ଲୋକମାନଙ୍କୁ ସତର୍କ କରାଯାଉଥିବା ବେଳେ ଏବେ ଦାର୍ଜିିଲିଂରେ ପ୍ରଥମ ଜୀବନ ନେଇଛି ଏହି ଚ୍ୟାଲେଞ୍ଜ । ମନୀଷ ନାମକ୧୮ବର୍ଷୀୟ ଯୁବକ ନିଜ ଘର ଠାରୁ କିଛି ଦୂରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ସ୍ଥାନରେ ଅଜବ ଧରଣର ଚିତ୍ର ଅଙ୍କା ଯାଇଥିବା ବେଳେ ‘ଇଲୁମିନାଟି’, ‘ହ୍ୟାଙ୍ଗଡ଼୍‍ ମ୍ୟାନ୍‌’ ଏବଂ ‘ଡ଼େଭିଲ୍‌ସ ଓ୍ଵାନ ଆଏ’ ଭଳି ଶବ୍ଦ ଲେଖାଯାଇଥିବା ଦେଖାଯାଇଛି । ଏ ସବୁ ସଙ୍କେତରୁ ପୁଲିସ ଏହା ମୋମୋ ଚ୍ୟାଲେଞ୍ଜର ପରିଣତି ବୋଲି ସନ୍ଦେହ କରିଛି । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

Daily Trust

ଅନ୍ୟ ପକ୍ଷରେ ମନୀଷ ପଢ଼ୁଥିବା କଲେଜର ଶିକ୍ଷୟତ୍ରୀଙ୍କ କହିବା ଅନୁଯାୟୀ, ସ୍କୁଲର କିଛି ପିଲା ମୋମୋ ଚ୍ୟାଲେଞ୍ଜ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ଏହାକୁ ଖେଳିବା ବନ୍ଦ କରି ଦେଇଥିଲେ । ବୋଧ ହୁଏ ମନୀଷ ଏହାକୁ ବନ୍ଦ ନ କରି ଖେଳୁଥିବାରୁ ତାଙ୍କ ସହ ଏପରି ଘଟିଛି । ତେବେ ପ୍ରକୃତ ଘଟଣା କ’ଣ ତାହା ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର