ଲୋକଙ୍କ ହ୍ଵାଟସଆପ୍‌ ମେସେଜକୁ ସରକାର ତଦାରଖ କରିବାକୁ ଉଦ୍ୟମ କରୁଛନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଡାଟା ତଦାରଖ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ସୋସିଆଲ୍‌ ମିଡିଆ ହବ୍‌ ଗଠନ କରିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହି ନିଷ୍ପତ୍ତି ‘ଏକ ନିରୀକ୍ଷଣକାରୀ ରାଷ୍ଟ୍ର’ ଗଠନ ଦିଗରେ ସରକାରଙ୍କ ଉଦ୍ୟମ ବୋଲି ତାତ୍ସଲ୍ୟ କରିଛନ୍ତି ସୁପ୍ରିମକୋର୍ଟ।

ସର୍ବୋଚ୍ଚ ନ୍ୟାୟାଳୟ କରିଛନ୍ତି ଯେ ସରକାର ନାଗରିକମାନଙ୍କ ହ୍ଵାଟ୍‌ସଆପ୍‌ ମେସେଜ୍‌କୁ ସରକାର ଟ୍ୟାପ କରିବାକୁ ଚାହାନ୍ତି। ତେବେ ଏହା କାହିଁକି ଚାହାନ୍ତି ୨ ସପ୍ତାହ ମଧ୍ୟରେ ତା’ର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର କରିଥିବା ଆବେଦନର ବିଚାର କରି ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାରେ ସହଯୋଗ କରିବାକୁ ଆଟର୍ନି ଜେନେରାଲ୍‌ କେ କେ ଭେନୁଗୋପାଲଙ୍କୁ କହିଛନ୍ତି ଅଦାଲତ।

ସୁପ୍ରିମକେର୍ଟରେ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ, ଜଷ୍ଟିସ୍‌ ଏ.ଏମ୍‌.ଖନ୍‌ଓ୍ଵିଲ୍‌କର୍‌ ଏବଂ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏ ଏମ୍‌ ସିଙ୍ଘଭି ଖଣ୍ଡପୀଠକୁ ଜଣାଇଥିଲେ କି ସରକାର ଅଗଷ୍ଟ ୨୦ରେ ଏ ନେଇ କରାଯାଇଥିବା ଟେଣ୍ଡର ଖୋଲିବାର କରିବାର ଯୋଜନା ରଖିଛନ୍ତି। ସୋସିଆଲ୍‌ ମିଡିଆ ହବ୍‌ ଜରିଆରେ ସେ ସୋସିଆଲ୍‌ ମିଡିଆ ଡାଟା ଉପରେ ନଜର ରଖିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର