ଏବର୍ଷ ମୌସୁମୀକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀ ଆଶ୍ୱସ୍ତ

ନୂଆଦିଲ୍ଲୀ: ଚଳିତବର୍ଷ ଦେଶରେ ସାଧାରଣ ଧରଣର ମୌସୁମୀ ବର୍ଷା ହେବ ବୋଲି ବେସରକାରୀ ପାଣିପାଗ ବିଭାଗ ସ୍କାଏମେଟ୍‌ ପକ୍ଷରୁ ବୁଧବାର ପୂର୍ବାନୁମାନ ହୋଇଛି। ଏହା ଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟିବ। ଦେଶର ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରାଇବାରେ ଏବର୍ଷର ପାଣିପାଗ ବିଶେଷ ସୁହାଇବ ବୋଲି ସୂଚନା ରହିଛି।

ସ୍କାଲମେଟ୍‌ ଏବର୍ଷର ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ଟୁଇଟର୍‌ ଜରିଆରେ ସୂଚନା ପ୍ରଦାନ କରିଛି। ୨୦୧୮ ମସିହାରେ ସାଧାରଣ ବର୍ଷା ହେବାର ପ୍ରାୟ ୯୬ ପ୍ରତିଶତ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଚଳିତବର୍ଷ ବର୍ଷା ଜୁନ୍‌ ମାସରୁ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଦୀର୍ଘ ଚାରିମାସ ଧରି ଲାଗି ରହିବ।

ରାଜ୍ୟ ପାଣିପାଗ ବିଭାଗ ଏନେଇ କୌଣସି ପୂର୍ବନୁମାନ କରିନାହିଁ। ସ୍କାଏମେଟ୍‌ର ଏହି ପୂର୍ବାନୁମାନ ପରେ ରାଜ୍ୟବାସୀମାନେ ମଧ୍ୟ କିଛି ପରିମାଣରେ ଆଶ୍ୱସ୍ତ ହୋଇଛନ୍ତି। ଚାଷୀମାନେ ଆଶ୍ୱସ୍ତ ଅନୁଭବ କରିବା ସହ ଏବେ ବି ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାକୁ ଅପେକ୍ଷା ରହିଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇ ସାରିଲାଣି। ଗତ ୨ ଦିନ ତଳେ କେତେକ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର