ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ : ଭାରତୀୟ ପାଣିପାଗ ବିଭାଗ

ପୁଣେ : ଆଜିଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ଔପଚାରିକ ଭାବେ ଘୋଷଣା କରିଛି । ଏହା ଏବେ ରାଜସ୍ତାନ ଓ ପଞ୍ଜାବରୁ ଫେରିବା ଆରମ୍ଭ କରିଛି । ଆସନ୍ତା ୨ ଦିନ ମଧ୍ୟରେ ଏହା ଉତ୍ତର-ପୂର୍ବ ଭାରତ ଓ ପରବର୍ତ୍ତି ୨-୩ ଦିନରେ ଏହା ଉତ୍ତର-ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରୁ ଫେରିବ । ପରବର୍ତ୍ତି ୨-୩ ଦିନରେ ଏହା ପୂର୍ବଭାରତରୁ ଅପସାରଣ ହୋଇ କେବଳ ଦକ୍ଷିଣ-ଭାରତର କିଛି ଅଂଶରେ ବର୍ଷା କରାଇବ । ଏଣୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶାରୁ ଫେରିବ । ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏବର୍ଷ ପ୍ରାୟ ୧୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଥାଏ ଓ ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜସ୍ଥାନରୁ ଲେଉଟିବା ଆରମ୍ଭ କରେ ।

ସେପ୍ଟେମ୍ବରେ ସାଧାରଣ ବର୍ଷା ହୋଇ ଅକ୍ଟୋବର ଆରମ୍ଭ ବେଳକୁ ବର୍ଷା ନଥାଏ । କିନ୍ତୁ ଏଥର ବିଳମ୍ବରେ ମୌସୁମୀ ଆସିଥିଲା ଓ ଜୁନ-ଜୁଲାଇ ମାସରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଥିଲା । କିନ୍ତୁ ଅଗଷ୍ଟ ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇଥିଲା ଓ କେତେକ ରାଜ୍ୟରେ ଅତିବୃଷ୍ଟି ହୋଇଥିଲା ।

ସମ୍ବନ୍ଧିତ ଖବର