ମାସ ଶେଷରେ ସମ୍ବଲପୁର ଆସିବେ ଅମିତ ଶାହା!

ସମ୍ବଲପୁର: ଚଳିତ ମାସ ଶେଷ ଭାଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବଲପୁର ଗସ୍ତରେ ଆସିବେ। ତାଙ୍କର ଗସ୍ତ ତାରିଖ ନିଶ୍ଚିତ ହୋଇ ନଥିଲେ ବି ସେ ଜାନୁଆରି ୩୦ କିମ୍ବା ୩୧ ତାରିଖରେ ସମ୍ବଲପୁର ଆସି ପାରନ୍ତି ବୋଲି ଦଳୀୟ ସୂତ୍ରରୁ ଜଣା ପଡ଼ିଛି। ସୋମବାର ଶାହାଙ୍କ ସମ୍ଭାବ୍ୟ ସମ୍ବଲପୁର ଗସ୍ତ ସମେତ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଗଠନ ସହସଂପାଦକ ଅମିତାଭ ଚକ୍ରବର୍ତ୍ତୀଙ୍କ ଘରେ ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦଳୀୟ ପଦାଧିକାରୀ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର