ଭାରତରୁ ଆସୁଥିବା କରୋନା ଭାଇରସ ଅଧିକ ବିପଦଜନକ : ନେପାଳ

କାଠମାଣ୍ଡୁ : ଭାରତ ଓ ନେପାଳ ମଧ୍ୟରେ ଗତ ଅନେକ ଶତାବ୍ଦୀ ଧରି ବନ୍ଧୁତା ରହିଆସିଛି । ତେବେ ନେପାଳରେ ଗତ କିଛି ବର୍ଷ ହେଲା କ୍ଷମତାରେ ଥିବା କମ୍ୟୁନିଷ୍ଟ ଦଳ ଯୋଗୁଁ ଏହି ସଂପର୍କରେ ଅବନତି ଦେଖାଦେଇଛି । ବିଶେଷ କରି ନେପାଳ ଚୀନର ଋଣ ବୋଝରେ ରହିଥିବାରୁ ଚୀନ କଥାରେ ପଡ଼ି ଭାରତ ବିରୋଧରେ ବିଷୋଦଗାର କରୁଛି ।

ଆଜି ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କହିଛନ୍ତି ଯେ ନେପାଳରେ କରୋନା ସଂକ୍ରମଣ ପାଇଁ ଭାରତ ଦାୟୀ । ଭାରତରୁ ଆସୁଥିବା କରୋନା ଭାଇରସ ଚୀନ ଓ ଇଟାଲୀଠାରୁ ଅଧିକ ବିପଜ୍ଜନକ । ଭାରତୀୟ ସୀମା ଦେଇ ବେଆଇନଭାବେ ପ୍ରବେଶ କରୁଥିବା ଲୋକମାନଙ୍କ ଯୋଗୁଁ କୋରନା ଭାଇରସ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।

ନେପାଳ ସଂସଦରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ କବଜାରେ ଥିବା କାଲାପାନି-ଲିପୁଲେଖ ଅଞ୍ଚଳକୁ ଯେକୌଣସି ମତେ ଅଧିକାର କରିିିନିଆଯିବ । ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳବୋଲି ଦାବି କରୁଛି । ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ । ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ସୋମବାରଦିନ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର