ଏବର୍ଷ ଘରୋଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ : ରିପୋର୍ଟ

ନୂଆଦିଲ୍ଲୀ : ଏବର୍ଷ ଘରୋଇ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଏକ ସର୍ଭେରୁ ଜଣାପଡିଛି । ଜିନିୟସ କନସଲଟାଣ୍ଟସ ପକ୍ଷରୁ କରାଯାଇଥିବା ଏହି ନିଯୁକ୍ତି ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୮ ପ୍ରତିଶତ କମ୍ପାନି ଚଳିତ ବର୍ଷ ଅଧିକ ନିଯୁକ୍ତି ପ୍ରଦାନ କରିବା ନେଇ ଆଶାବାଦୀ ଅଛନ୍ତି । ତେବେ ସର୍ଭେରେ ଭାଗ ନେଇଥିବା ୧୦% ନିଯୁକ୍ତି ଦାତା ନିଯୁକ୍ତିକୁ ନେଇ ବିଶେଷ ଆଶାବାଦୀ ନାହାନ୍ତି । ଇଂଜିନିୟରିଂ ଗ୍ରାଜୁଏଟ, ଏମବିଏ ଆଦି ପ୍ରୋଫେଶନାଲଙ୍କ ଅଧିକ ଚାହିଦା ରହିଛି ।

କିଛିଦିନ ତଳେ ପ୍ରକାଶିତ ସରକାରୀ ରିପୋର୍ଟରେ ଦେଶର ବେକାରୀ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ୨୦୧୮-୧୯ରେ ଦେଶର ବେକାରୀ ହାର ୪୫ ବର୍ଷରେ ସର୍ବାଧିକ ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି । କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ସହରାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୭.୮ ପ୍ରତିଶତ ଓ ଗ୍ରାମାଞ୍ଚଳର ମୋଟ ନିଯୁକ୍ତିକ୍ଷମ ଲୋକଙ୍କ ମଧ୍ୟରୁ ୫.୨ ପ୍ରତିଶତ ବେକାର ଅଛନ୍ତି । ସେହିପରି ପୁରୁଷଙ୍କ ବେକାରୀ ହାର ୬.୨ ପ୍ରତିଶତ ଓ ମହିଳାଙ୍କ ବେକାରୀ ହାର ୫.୭ ପ୍ରତିଶତ ରହିଛି ।

ସମ୍ବନ୍ଧିତ ଖବର