କ୍ୟୁବାରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ନିହତ

ହାଭାନା: ଶୁକ୍ରବାର ଦିନ କ୍ୟୁବାରେ ଏକ ବୋଇଙ୍ଗ୍‌ ୭୩୭ ବିମାନ ଜଳି ଯାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଶତାଧିକ ଯାତ୍ରୀ ନିହତ ହୋଇଛନ୍ତି। ୧୧୪ ଯାତ୍ରୀ ଏବଂ ବିମାନ ପରିଚାରକଙ୍କ ମଧ୍ୟରେ ତିନି ଜଣ ସାଙ୍ଘାତିକ ଆହତ ହୋଇଥିବା କଥା କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍‌ ଡାଏଜ୍‌-କେନେଲ୍‌ କହିଛନ୍ତି।
ପୂର୍ବାହ୍ନ ୧୧ଟାରେ ହାଭାନାରୁ ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ପରେ ପୂର୍ବ କ୍ୟୁବାର ହୋଲ୍‌ଗିନ୍‌ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା। ପାଞ୍ଚ ଜଣ ପିଲା ଓ ନଅ ଜଣ ପରିଚାରକଙ୍କ ସହ ବିମାନରେ ଥିଲେ ୧୦୫ ଜଣ ଯାତ୍ରୀ।
ଦୁର୍ଘଟଣାରୁ ସୃଷ୍ଟ ନିଅାଁ ଲିଭାଇ ଦିଆଯାଇଛି ଏବଂ କର୍ତ୍ତୃପକ୍ଷମାନେ ଶବ ଚିହ୍ନଟ କରୁଛନ୍ତି। ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହାର ତଦନ୍ତ କରାଯାଉଛି।
ଦକ୍ଷିଣ ହାଭାନାର ପ୍ରାୟ ୨୦ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ବିମାନର କଳା ପଡ଼ିଯାଇଥିବା ଭଗ୍ନାଂଶ ପଡ଼ିଛି। ଦୁର୍ଘଟନାସ୍ଥଳ ବୟଏରୋସ୍‌ କୃଷି ଅଞ୍ଚଳ ଅଞ୍ଚଳ ନିକଟରେ ରେସ୍ତୋରାଁ ଚଳାଉଥିବା ଗିଲ୍‌ବର୍ଟୋ ମେନିଣ୍ଡେଜ୍‌ କହନ୍ତି: ଆମେ ଗୋଟାଏ ବିସ୍ଫୋରଣ ଶବ୍ଦ ଶୁଣି ଦେଖିଲୁ ପ୍ରକାଣ୍ଡ ଧୂଅାଁର ବଉଦ ଖଣ୍ଡେ ଉପରକୁ ଉଠୁଛି।
ଦୁର୍ଘଟନା ଯୋଗୁଁ ସାଙ୍ଘାତିକ ଆହତ ହୋଇଥିବା ଚାରିଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ବାକି ତିନି ଜଣ ମହିଳା ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ସମ୍ବନ୍ଧିତ ଖବର