ସାରା ଦେଶରେ ୫ ଲକ୍ଷ ୪୩ ହଜାର ଏବଂ ଓଡ଼ିଶାରେ ୧୦,୩୨୨ ପୁଲିସ କର୍ମଚାରୀ ପଦବୀ ଖାଲି, 

ନୂଆଦିଲ୍ଲୀ: ବ୍ୟୁରୋ ଅଫ ପୁଲିସ ରିଜର୍ଭ ଆଣ୍ଡ ଡବଲପମେଣ୍ଟ (ବିପିଆରଡି)ର ତଥ୍ୟ ଅନୁସାରେ ୨୦୧୮ ଜାନୁୟାରୀ ୧ ଯାଏଁ ୫ ଲକ୍ଷ ୪୩ ହଜାର ପୁଲିସ କର୍ମଚାରୀ ପଦବୀ ଖାଲି ଥିଲା । ଏଥିରେ ସର୍ବାଧିକ ଉତ୍ତର ପ୍ରଦେଶରେ ୧.୨୯ ଲକ୍ଷ ପଦବୀ ଖାଲି ଥିଲା ବୋଲି ଜଣାଯାଇଛି । ବ୍ୟୁରୋ ଅଫ ପୁଲିସ ରିଜର୍ଭ ଆଣ୍ଡ ଡବଲପମେଣ୍ଟ (ବିପିଆରଡି)ର ତଥ୍ୟ ଅନୁସାରେ ସାରା ଦେଶରେ ୨୪ ଲକ୍ଷ ୮୪,୧୭୦ ପୁଲିସ କର୍ମଚାରୀଙ୍କ  ଆବଶ୍ୟକତା ରହିଛି । ସେଥିମଧ୍ୟରୁ ୨୦୧୮ ଜାନୁୟାରୀ ୧ ଯାଏଁ ୧୯, ୪୧,୪୩୭ ପଦବୀ ପୂରଣ କରାଯାଇଛି ।

ସୂଚନା ଅନୁସାରେ ୨୦୧୭ ଜାନୁୟାରୀ ୧ ପର୍ଯ୍ୟନ୍ତ ୫.୩୮ ଲକ୍ଷ ପୁଲିସ କର୍ମଚାରୀ ପଦ ଖାଲି ଥିଲା । ୨୦୧୮ରେ ଏହା ବଢ଼ି ଯାଇ ୫.୩୪ ଲକ୍ଷ ହୋଇ ଯାଇଥିଲା । ୨୦୧୬ରେ ୫.୪୯ ଲକ୍ଷ ପଦ ଖାଲି ଥିଲା । ଦେଶବ୍ୟାପୀ ୨୦୧୬ରେ ୨୨,୮୦,୬୯୧, ୨୦୧୭ରେ ୨୪,୬୪,୪୮୪ ଏବଂ ୨୦୧୮ରେ ୨୪,୮୪,୧୭୦ ପୁଲିସ କର୍ମଚାରୀଙ୍କ ଆବଶ୍ୟକତା ଥିଲା । ମାତ୍ର ୨୦୧୬ରେ ମୋଟ ୧୭,୩୧,୬୬ ପୁଲିସ କର୍ମଚାରୀ, ୨୦୧୭ରେ ୧୯,୨୬,୨୪୭ ପୁଲିସ କର୍ମଚାରୀ ଏବଂ ୨୦୧୮ରେ ୧୯,୪୧,୪୩୭ ପୁଲିସ କର୍ମଚାରୀ ସାରା ଦେଶରେ କାମ କରୁଥିଲେ ।

photo-oneindia

ବିପିଆରଡିର ପୋଲିସ ସଂସ୍ଥା ସହିତ ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ ସର୍ବାଧିକ ପୁଲିସ ପଦବୀ ଖାଲି ରହିଛି । ଏହା ପରେ ବିହାରରେ ୫୦,୨୯୧, ପଶ୍ଚିମବଙ୍ଗରେ ୪୮,୯୮୧, ତେଲେଙ୍ଗାନାରେ ୩୦,୩୪୫, ଓଡ଼ିଶାରେ ୧୦,୩୨୨  ଓ ମହରାଷ୍ଟ୍ରରେ ୨୬,୧୯୬ ପଦ ଖାଲି ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ ୧୧,୮୮୧୯ ପଦ ଖାଲି ରହିଛି ।

ସମ୍ବନ୍ଧିତ ଖବର