ବାହାଘରରୁ ଫେରୁଥିବା ବେଳେ ପିକଅପ୍ ଭ୍ୟାନର କ୍ୟାଣ୍ଟର ସହ ଧକ୍କା, ୯ଜଣଙ୍କର ପ୍ରାଣହାନି

ହାପୁଡ : ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହାପୁଡର ସାଲେପୁର କୋଟଲା ନିବାସୀ ମେହରବାନଙ୍କ ଝିଅ ଗୁଲିଫସାଙ୍କ ରବିବାର ମେରଠରେ ନିକାହ ଥିଲା । ବିଳମ୍ବିତ ସନ୍ଧ୍ୟାରେ ଗାଁକୁ ବରଯାତ୍ରୀ ଆସିଥିଲା । ନିକାହ ପରେ କିଛି ଲୋକ ପିକ-ଅପ ଭ୍ୟାନରେ ଘରକୁ ଫେରୁଥିଲେ ।

ଏହି ସମୟରେ ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କ୍ୟାଣ୍ଟର ଧକ୍କାରେ ପିକ-ଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ହିଁ ପିକ-ଅପ ଭ୍ୟାନ୍ ଓଲଟି ଯାଇଥିଲା । ଏକ ପିକଅପ ଭ୍ୟାନରେ ଏହି ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

photo-navbharattimes

ସବୁଠାରୁ ବଡ଼ କଥା ହେଲା ଯେ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ସମ୍ବନ୍ଧିତ ଖବର