ଏକାଧିକ ଡ୍ରାଇଭିଂ ଲାଇସେନ୍ସ ଥିବା ବ୍ୟକ୍ତିକୁ ଚିହ୍ନଟ କରାଯିବ

ନୂଆଦିଲ୍ଲୀ: ଆମ ଦେଶରେ ଡ୍ରାଇଭିଂ ଲାଇସେନ୍ସ ପାଇବା ବେଶ ସହଜ । ଜଣେ ଜଣେ ଲୋକ ଏକାଧିକ ଡ୍ରାଇଭିଂ ଲାଇସେନ୍ସ ରଖିଛନ୍ତି । ଅଲଗା ଅଲଗା ରାଜ୍ୟରୁ ଜଣେ ବ୍ୟକ୍ତି ଲାଇସେନ୍ସ ପାଇପାରୁଛି । ପୁଣି ଉପଯୁକ୍ତ ଭାବେ ଡ୍ରାଇଭିଂ ତାଲିମ ପାଇନଥିଲେ ମଧ୍ୟ ଲୋକମାନେ ସହଜରେ ଡ୍ରାଇଭିଂ ଲାଇସେନ୍ସ ପାଇପାରୁଛନ୍ତି । ଏହି କାରଣରୁ ଆମ ଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି ବୋଲ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଏହାକୁ ରୋକିବା ପାଇଁ ସରକାର କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି । ଆସିବାକୁ ଥିବା ନୂଆ ଆଇନରେ ଡ୍ରାଇଭର ମାନଙ୍କ ତାଲିମ ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା ଅଛି । ଆହୁରି ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ କଡାକଡି କରାଯିବ, ଜଣେ ବ୍ୟକ୍ତି ପାଖରେ ଯେପରି ଏକାଧିକ ଡ୍ରାଇଭିଂ ଲାଇସେନ୍ସ ରହି ନପାରିବ ସେଥିବାଇଁ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ଭାରତରେ ଚାଳକବିହୀନ କାର ଚଳାଇବା ପାଇଁ ଅନୁମତି ଦିଆଯିବ ନାହିଁ କାରଣ ଆମ ଦେଶରେ ଏବେ ପ୍ରାୟ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର