ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବାର ଅର୍ଥରେ ହରିୟାଣାରେ ନିର୍ମିତ ହୋଇଛି ମସ୍‌ଜିଦ୍‌; ୩ ଗିରଫ

ଗୁରୁଗ୍ରାମ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତଏବାର ଅର୍ଥରେ ହରିୟାଣାର ପଲଓ୍ଵାଲ ଜିଲ୍ଲାରେ ଏକ ମସଜିଦ୍‌ ନିର୍ମାଣ ହୋଇଥିବା ନେଇ ଜଣା ପଡ଼ିବା ପରେ ଏହାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ସଂପୃକ୍ତ ମସଜିଦ୍‌ର ଇମାମ୍‌ ମହମ୍ମଦ ସଲମାନ୍‌, ଅହମ୍ମଦ ସଲିମ୍‌ ଓ ସାଜାଦ୍‌ ଅବ୍‌ଦୁଲ୍‌ ଓ୍ଵାନି ନାମକ ତିନି ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଦିଲ୍ଲୀରୁ ଗିରଫ କରିବା ସହ ଏସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।

ଏଥିସହ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତଏବାର ଅର୍ଥରେ ହରିୟାଣାର ପଲଓ୍ଵାଲ ଜିଲ୍ଲାର ଉତ୍ତାଓ୍ଵାର ଗ୍ରାମରେ ନିର୍ମିତ ଖୁଲାଫା-ଇ- ରସିଦ୍ଦିନ୍‌ ନାମକ ମସଜିଦ୍‌ରେ ବ୍ୟାପକ ତଲାସୀ ଚଳାଇ ଏଠାରୁ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରିବା ସହ ଏହାକୁ ସିଲ୍‌ କରି ଦେଇଛି। ଏହି ମସ୍‌ଜିଦ୍‌ ନିର୍ମାଣ ପାଇଁ ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ର ସଂଗଠନ ଜମାତ୍‌- ଉଦ୍‌- ଦାଓ୍ଵା ଜରିଆରେ ଲସ୍କର- ଇ- ତଏବା ୭୦ ଲକ୍ଷରୁ ଅଧିକ ପରିମାଣର ଅର୍ଥ ବ୍ୟୟ କରିଥିବା ଏନ୍‌ଆଇଏ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର