ମୋ ପୁଅ ଆତଙ୍କବାଦୀ, ସରକାର ତାକୁ ମାରି ଦିଅନ୍ତୁ: ମା’

0 984

ନୂଆଦିଲ୍ଲୀ: “ମୋ ପୁଅ ଆତଙ୍କବାଦୀ ହୋଇଯାଇଛି । ସେ ଦେଶଦ୍ରୋହୀ, ତାକୁ ସରକାର ଗୁଳି କରି ମାରିଦେବା ଉଚିତ, ଏପରି ପୁଅ ମୋର ଦରକାର ନାହିଁ” ଏକଥା କହିଛନ୍ତି ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିବା କମର ଉଜମାନର ମା’ ।

Panda Mobile only

ଆସାମର ହୋଜାଇ ସହରର ବାସନ୍ଦା କମର ଉଜମାନକୁ ଏବେ ଉଭୟ ଆସାମ ଓ ଜାମ୍ମୁ ଓ କାଶ୍ମୀର ପୁଲିସ ପକ୍ଷରୁ ଖୋଜାଯାଉଛି । ତା ବାପା ଇବ୍ରାହିମ ଜମାନ କହିଛନ୍ତି ଯେ କିଛି ବର୍ଷ ତଳେ ସେ ରୋଜଗାର ଆଶାରେ ଜମ୍ମୁ ଓ କଶ୍ମୀର ଯାଇଥିଲା । ସେଠାରେ ସେ ଛୋଟମୋଟ ବ୍ୟବସାୟ ଆରମ୍ଭ କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେ ପରିବାର ସହିତ କୌଣସି ଯୋଗାଯୋଗ କରିନାହିଁ । ସୋସିଆଲ ମିଡିଆରେ ବନ୍ଧୁକ ଧରି ସେ ଉଠାଇଥିବା ଏକ ଫଟୋ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଫଟୋକୁ ଉଜମାନର ବାପା, ମା ଓ ଅନ୍ୟ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ସେ କୁଖ୍ୟାତ ଅତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଛି । ସଂଗଠନରେ ତାହାର ସାଂକେତିକ ନାମ ରହିଛି ଡଃ ହୁରୈରା ।

କିନ୍ତୁ ଉଜମାନ ଉପରେ ସବୁଠୁ ଅଧିକ ରାଗିଛନ୍ତି ତା ମା । “ଗତ ଜୁଲାଇ ୨୦୧୭ରୁ ଆମ ସହ ତାହାର କୌଣସି ସଂପର୍କ ନାହିଁ । ସେ ଏପରି ଏକ ଦେଶଦ୍ରୋହୀ ସଂଗଠନରେ ମିଶିଛି, ସରକାର ତାକୁ ମାରିଦିଅନ୍ତୁ, ଏପରି ପୁଅ ଦରକାର ନାହିଁ ।” ଉଜମାନର ଭାଇ ମୁଫିଦୁଲ ମଧ୍ୟ ତା ଉପରେ ଅସନ୍ତୁଷ୍ଟ ଅଛି । ସେ ଦେଶଦ୍ରୋହୀ କାମ କରୁଛି, ତାକୁ ଗୁଳି କରି ମାରି ଦିଆଯିବା ଉଚିତ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.