ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ତାଙ୍କର କାର୍ଯ୍ୟକଳାର ଶେଷ ଦିନ ଥିଲା, ତେବେ ନିଜର ରାଜନୈତିକ ଗୁରୁଙ୍କୁ ମନେ ପକାଇ ସଂସଦରେ କାନ୍ଦିଛନ୍ତି ସାଂସଦ | ଆଜି ଏଭଳି ଦୃଶ୍ୟ ରାଜ୍ୟସଭାରେ ଦେଖିବାକୁ ମିଳିଛି | କାର୍ଯ୍ୟକାଳ ସରିବା ପରେ ଏଆଇଡିଏମକେର ସାଂସଦ ବି ମଇତ୍ରେୟନ ନିଜର ଶେଷ ଅଭିଭାଷଣ ରଖିଥିଲେ | ଏହି ସମୟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ମନେପକାଇ କାନ୍ଦି ପକାଇଥିଲେ | ସେ କହିଛନ୍ତି ଯେ ଏହି ସମୟରେ ତାଙ୍କର ପ୍ରିୟ ନେତ୍ରୀ ଆମ୍ମା(ଜୟଲଳିତା)ଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
#WATCH Outgoing AIADMK MP V Maitreyan breaks down while giving farewell speech in Rajya Sabha; says, “At this juncture I place on record deep sense of gratitude towards my beloved leader, Amma (Jayalalithaa) for having immense faith in me & sending me to this House for 3 terms,” pic.twitter.com/flFpqRqen4
— ANI (@ANI) July 24, 2019
ତାଙ୍କ ଉପରେ ଅତୁଟ ବିଶ୍ୱାସ ରଖି ତିନି ଥର ପାଇଁ ଆମ୍ମା ପଠାଇଥିଲେ | ବି ମଇତ୍ରେୟନ ୨୦୦୭ରୁ ରାଜ୍ୟସଭା ସାଂସଦ ଥିବାବେଳେ ଆଜି ତାଙ୍କର କାର୍ଯ୍ୟକାଳ ସରିଛି | ଏଠାରେ ସୂଚନା ଥାଉ କି ଜୟଲଳିତାଙ୍କର ନିଧନ ଡିସେମ୍ବର ୫, ୨୦୧୬ରେ ହୋଇଥିଲା |
ତାମିଲନାଡୁ ସହ ଦେଶର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଜୟଲଳିତା | ଅଣ କଂଗ୍ରେସ ଓ ଅଣ ବିଜେପି ଆଞ୍ଚଳିକ ରାଜନୈତିକ ଦଳ ଏଆଇଡିଏମକେର ମୁଖ୍ୟ ଭାବେ ଜୟଲଳିତା ବେଶ ପ୍ରଭାବ ବିସ୍ତାର କରିପାରିଥିଲେ | ମଇତ୍ରେୟନଙ୍କ ଶେଷ ଦିନ ଥିବାବେଳେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା |