ମଧ୍ୟପ୍ରଦେଶର ଡ଼ାକ୍ତରଖାନାରେ ଘଟିଲା ଅଜବ ଘଟଣା : ଚିକିତ୍ସା କରାଇବା ପୂର୍ବରୁ ଡ଼ାକ୍ତରଙ୍କୁ ଜାତି କ’ଣ ବୋଲି ପଚାରିଲେ ରୋଗୀଙ୍କ ସଂପର୍କୀୟ

ଭୋପାଲ : ମଧ୍ୟପ୍ରଦେଶର ଜବଲପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଥିବା ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ରୋଗୀର ଚିକିତ୍ସା କରିବା ପୂର୍ବରୁ ସଂପର୍କୀୟମାନେ ଡ଼ାକ୍ତରଙ୍କ ଜାତି ପଚାରିବା ସହ ଉଚ୍ଚ ଜାତିର ଡ଼ାକ୍ତରଙ୍କଦ୍ୱାରା ହିଁ ଚିକିତ୍ସା କରାଇବୁ ବୋଲି କହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାର ସାମ୍ନା କରିଥିବା ଡ଼ାକ୍ତର ଏବେ ଏ ନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ଡ଼ାକ୍ତର ଗିତେଶ ରାତ୍ରେଙ୍କ ଅଭିଯୋଗ ଅନୁଯାୟୀ,ଶୁକ୍ରବାର ସଂନ୍ଧ୍ୟା ସମୟରେ ଦୁଇ ମହିଳାଙ୍କୁ ତାଙ୍କ ସଂପର୍କୀୟମାନେ ଚିକିତ୍ସା ପାଇଁ ସୁଭାଷ ଚନ୍ଦ୍ର ମେଡ଼ିକାଲ କଲେଜକୁ ଆଣିଥିଲେ । ସେ ସମୟରେ ଡ଼୍ୟୁଟିରେ ଡ଼ାକ୍ତର ଗିତେଶ ରାତ୍ରେ ଥିଲେ । ଦୁଇ ମହିଳାଙ୍କ ଅବସ୍ଥା ଦେଖି ଡ଼ାକ୍ତର ଗିତେଶ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ପାଇଁ ଷ୍ଟାଫ୍‌ମାନଙ୍କୁ ଆଦେଶ ଦେଇଥିଲେ । ଏହି ସମୟରେ ୧୨-୧୩ ଜଣ ଲୋକ ଆପାତକାଳୀନ ଓ୍ଵାର୍ଡ଼କୁ ଯାଇ ଡ଼ାକ୍ତର ଗିତେଶଙ୍କୁ ତାଙ୍କ ନାମ ଏବଂ ଜାତି ପଚାରିବାକୁ ଲାଗିଥିଲେ ।

udellfamilyinsurance.com

ଯେତେବେଳେ ଡ଼ାକ୍ତର ଗିତେଶ ନିଜର ଜାତି ଅନୁସୂଚିତ ଜନଜାତି ବୋଲି ଜଣାଇଥିଲେ ସେତେବେଳେ ରୋଗୀଙ୍କ ସଂପର୍କୀୟମାନେ ଉଚ୍ଚ ଜାତିର ଡ଼ାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇବା ପାଇଁ ଜିଦ୍‌ ଧରି ବସିଥିଲେ । ଏ ନେଇ ଡ଼ାକ୍ତର ଗିତେଶ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ମାର୍‌ପିଟ୍‌ ହୋଇଥିଲା । ପରେ ସଂପର୍କୀୟମାନେ ଦୁଇ ମହିଳାଙ୍କୁ ସେଠାରୁ ନେଇ ଚାଲି ଯାଇଥିଲେ ବୋଲି ଗିତେଶ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ପୁଲିସ ଏବେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର