ଭୋପାଳରେ ଆରଏସଏସର ସୁରକ୍ଷା ପ୍ରତ୍ୟାହାର କଲେ ମଧ୍ୟପ୍ରଦେଶ ସରକାର

ଭୋପାଳ: କଂଗ୍ରେସ ସରକାର ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଉପରେ କେତେକ କଟକଣା ଲଗାଯିବ । ବିଶେଷ କରି ସରକାରୀ ସ୍ଥାନରେ ଶାଖା ଆୟୋଜନକୁ ନିଷିଦ୍ଧ କରାଯିବ ବୋଲି କଂଗ୍ରେସ ନିର୍ବାଚନ ପୂର୍ବରୁ କହିଥିଲା । ନିଜେ ମୁଖ୍ୟମନ୍ତ୍ରୀ କମଳନାଥ ଏହି ଚେତାବନୀ ଦେଇଥିଲେ ।

ଏବେ ଧୀରେ ଧୀରେ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ଆରମ୍ଭ କରିଛି । ଭୋପାଳରେ ଥିବା ଆରଏସଏସ ଅଫିସର ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି । ପ୍ରାୟ ୧୦ ବର୍ଷ ତଳେ ତତକାଳୀନ ଆରଏସଏସ ସରସଂଘଚାଳକ କେ.ଏସ.ସୁଦର୍ଶନଙ୍କ ସମୟରୁ ଏହି ସୁରକ୍ଷା ଦିଆଯାଇଆସୁଥିଲା । ପୂର୍ବରୁ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ସୁରକ୍ଷା ପ୍ରତ୍ୟାହାର କରାଯାଇନଥିଲା । ଅଫିସ ଆଗରେ କ୍ୟାମ୍ପ ପକାଇ ୬ ଜଣ ଯବାନ ଜଗୁଥିଲେ । କିନ୍ତୁ ଏବେ କଂଗ୍ରେସ ସରକାର ଆସିବା ପରେ ଏହି ସୁରକ୍ଷାକୁ ହଟାଇଦେଇଛନ୍ତି । ତେବେ ସରକାରଙ୍କ ଏହି ପଦକ୍ଷେପକୁ କଂଗ୍ରେସ ନେତା ଦିଗବିଜୟ ସିଂ ସମାଲୋଚନା କରିଛି । ଅନ୍ୟପକ୍ଷରେ ଆରଏସଆସ କହିଛି ଯେ ଏହା କେବେହେଲେ ମଧ୍ୟ ସୁରକ୍ଷା ମାଗନିଥିଲା ।

ସମ୍ବନ୍ଧିତ ଖବର